ଓମ୍ଫେଡ କଲ୍ୟାଣ ସଂଘର ସାଧାରଣ ସଭା

 ଭୁବନେଶ୍ୱର,: ଓମ୍ଫେଡ଼ ୱେଲଫେଆର ଆସୋସିଏସନ୍ର ସାଧାରଣ ସଭା ସ୍ଥାନୀୟ ବୁଲନ୍ଭାଇ ସେବା ଭବନ (ମାଷ୍ଟର କ୍ୟାଣ୍ଟିନ ଛକ ନିକଟ) ଠାରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ମୁକ୍ତିକାନ୍ତ ମହାପାତ୍ର ସଭାରେ ଉପସ୍ଥିତ ଅବସର ପ୍ରାପ୍ତ ଓମ୍ଫେଡ଼ କର୍ମଚାରୀ ସଦସ୍ୟ /ସଦସ୍ୟା ମାନଙ୍କୁ ବୈଠକର ତାତ୍ପର୍ଯ୍ୟ ବିଷୟରେ ଅବଗତ କରାଇବା ସଂଗେ ସଂଗେ ନ୍ୟାର୍ଯ୍ୟ ପ୍ରାପ୍ୟ ହାସଲ ଦିଗରେ ସମସ୍ତଙ୍କର ସକ୍ରିୟ ସହଯୋଗ ଓ ଅକୁଣ୍ଠ ସମର୍ଥନ ପାଇଁ ଆହ୍ୱାନ ଦେଇଥିଲେ  । ଆସୋସିଏସନର ସାଧାରଣ ସମ୍ପାଦକ ରମେଶ ପ୍ରସାଦ ମହାପାତ୍ର ସଂପାଦକୀୟ ବିବରଣୀ ପାଠ ମାଧ୍ୟମରେ ଅତୀତ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଅବଗତ କରାଇଥିଲେ । ଅଲ ଓଡ଼ିଶା ଇ.ପି.ଏଫ୍ ଆସୋସିଏସନର ସାଧାରଣ ସଂପାଦକ ତଥା ସର୍ବଭାରତୀୟ ଇ.ପି.ଏଫ୍ ସଂଗଠନର ଉପସଭାପତି ଭାଗ୍ୟଧର ବ୍ରହ୍ମା, ରାଜ୍ୟ ନିଗମ କର୍ମଚାରୀ ମହାସଂଘ ତଥା ଇ.ପି.ଏଫ୍ ଆସୋସିଏସନ ଉପଦେଷ୍ଟା ନଟବର ଆଚାର୍ଯ୍ୟ, ଇ.ପି. ଏଫ ଆସୋସିଏସନ ଖୋର୍ଦ୍ଧା ଜିଲ୍ଲା ଶଶଖା ସଭାପତି ତଥା ନିଗମ ମହାସଂଘ ଉପଦେଷ୍ଠା ପ୍ରଫୁଲ୍ଲ କୁମାର ଦାସ, ନିଗମ କର୍ମଚାରୀ ମହାସଂଘର ଅଧ୍ୟକ୍ଷ ସଂରୋଜକାନ୍ତ ମଲ୍ଲିକ ଯୋଗଦାନ କରି ବେତନ ପେନ୍ସନ୍ ଓ ଅନ୍ୟାନ୍ୟ ପ୍ରାପ୍ୟ ସମ୍ବନ୍ଧରେ ବିସ୍ତୃତ ବକ୍ତବ୍ୟ ରଖୁବା ସହ ଆସୋସିଏସନକୁ ସକ୍ରିୟ ସହଯୋଗ ଓ ଅକୁଣ୍ଠ ସମର୍ଥନ ଯୋଗାଇ ଦେବାକୁ ପ୍ରତିଶ୍ରତ ପ୍ରଦାନ କରିଥିଲେ  । ପରିଶେଷରେ ଆସୋସିଏସନର ନୂତନ କର୍ମକର୍ତ୍ତା ଭାବେ ମୁକ୍ତିକାନ୍ତ ମହାପାତ୍ର ସଭାପତି, ପ୍ରଫୁଲ କୁମାର ପାତ୍ର ଉପସଭାପତି, ରମେଶ ପ୍ରସାଦ ମହାପାତ୍ର ସାଧାରଣ ସମ୍ପାଦକ, କ୍ଷୀରୋଦ କୁମାର ସାହୁ ଯୁଗ୍ମସଂପାଦକ ଓ  କୋଷାଧ୍ୟକ୍ଷ ଏ ଲକ୍ଷ୍ମୀ ନାରାୟଣ ଦୋରା ସର୍ବନିମ୍ନତ୍ତ କ୍ରମେ ନିର୍ବାଚିତ ହେଇଥିଲେ ।