ଓଳକଣା ଦୋଳ ମେଲଣ ପ୍ରସ୍ତୁତି ବୈଠକ 

 ନିଶ୍ଚିନ୍ତକୋଇଲ : ଆସନ୍ତା ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଫେବୃୟାରୀ ୧୩ ରେ ଅନୁଷ୍ଠିତ ହେବାକୁଥିବା ପ୍ରସିଦ୍ଧ ଓଳକଣା ମେଲଣ କିଭଳି ଶାନ୍ତି ଓ ଶୃଙ୍ଖଳାର ସହିତ ସଂପନ୍ନ ହେବ ସେ ନିମନ୍ତେ ଠାକୁର ବାଡିଆ ସତ୍ୱାଧିକାରୀ ମୁଖ୍ୟ ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଠାକୁର ବାଡିଆ, କେନ୍ଦ୍ରାପଡା ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ, ସାଲେପୁର ଏସଡିପିଓ ବିରଞ୍ଚô ନାରାୟଣ ପତି, ଭଦ୍ରେଶ୍ୱର ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ସିଂହ, ଡେରାବିଶ ଥାନା ଅଧିକାରୀ ସରୋଜ ସାହୁ, ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରିଣୀ ନମିତା ବାରିକ, ସ୍ଥାନୀୟ ଅଞ୍ଚଳର ମୁରବୀ, ହଳଦିଆ ସରପଞ୍ଚ ରାଜେନ୍ଦ୍ର ସାହୁ, ଏଣ୍ଡର ସରପଞ୍ଚ ଦୁର୍ଯ୍ୟୋଧନ ମଲିକ, ପୂର୍ବତନ ସରପଞ୍ଚ ବଟକୃଷ୍ଣ ସାମଲ,ସମାଜସେବୀ ନଟବର ସାମଲ, ରାଜକିଶୋର ମଲ୍ଲ, ମକର ପ୍ରଧାନ, ଡେରାବିଶ୍ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତିନିଧି ନାରାୟଣ ସାହୁ, କରୁଣାକର କର, ପୂର୍ବତନ ସରପଞ୍ଚ ବିପିନ ବିହାରୀ ସାହୁ, ରାଜାଘର ଠାକୁରଙ୍କ ପ୍ରତିନିଧି ବିଜୟ କୁମାର ଜେନା ପ୍ରମୁଖ ଯୋଗ ଦେଇ କିପରି ଶାନ୍ତି ଶୃଙ୍ଖଳାର ସହିତ ଓଳକଣା ମେଲଣ ପରିଚାଳନା କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା । ପ୍ରଶାସନ ଏଥିପ୍ରତି ସଜାଗ ରହିବା ପାଇଁ ସହମତ ଦେଇଥିଲେ ।