‘ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’ ଉପରେ ତାଲିମ୍ ଶିବିର

 ଭୁବନେଶ୍ୱର : କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ‘ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋସôାହନ’ ଉପରେ ଏକ ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ପ୍ରାଣୀଚିକିସôକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମସô୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା । କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ନିଦେ୍ର୍ଦଶକ ଡକ୍ଟର ମୃଦୁଳା ଦେବୀ ପ୍ରଶିକ୍ଷାର୍ଥୀମାନଙ୍କୁ କ୍ଷେତରେ ଚାରା ପ୍ରସାର ପାଇଁ ଏକ ଚାରା ଟାସ୍କ ଫୋର୍ସ ଗଠନ କରିବାରେ ନେତୃତ୍ୱ ନେବାକୁ ମତାମତ ଦେଇଥିଲେ । ପ୍ରାଣୀପାଳନ ଉତ୍ପାଦନରେ ମହିଳାମାନଙ୍କୁ ସଶକ୍ତ କରିବା, ଗୋଚର ଜମି ବିକାଶ କରିବା ପାଇଁ ଲିଙ୍ଗ ସମାବେଶୀ ପଦ୍ଧତି ଉପରେ ସେ ଗୁରୁତ୍ୱ ଦେଇଥିଲେ । 
ଭୁବନେଶ୍ୱରସ୍ଥିତ ପ୍ରାଣୀଚିକିସôକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପ-ନିଦେ୍ର୍ଦଶକ ଡକ୍ଟର ରାଜୀବ ଶର୍ମା, ସମନ୍ୱୟ ପ୍ରଣାଳୀ ମାଧ୍ୟମରେ ପ୍ରାଣୀପାଳନ କ୍ଷେତ୍ରରେ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏଥିରେ ୩୦ ଜଣ ଉପ-ବିଭାଗୀୟ ପ୍ରାଣୀଚିକିସôା ଅଧିକାରୀ, ଜଣେ ଲେଖାଏଁ ନିଦେ୍ର୍ଦଶକ ଏବଂ ପରିଚାଳକ, ୨ ଜଣ ବିବିଆର ଏବଂ ବିଏମଏଫଙ୍କ ସମେତ ମୋଟ ୩୩ ଜଣ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱରର ଡକ୍ଟର ବିଶ୍ୱନାଥ ସାହୁ, (ପ୍ରଧାନ ବୈଜ୍ଞାନିକ, ପ୍ରାଣୀପୋଷଣ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।