ଟାଟା ଷ୍ଟିଲ ଓ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

 କଳିଙ୍ଗନଗର: ଟାଟା ଷ୍ଟିଲ ଓ କଳିଙ୍ଗନଗର ପୁଲିସ ମିଳିତ ସହଯୋଗରେ ବର୍ଷା ଋତୁ ସଡ଼କ ଓ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା  ଅନୁଷ୍ଠିତ ହୋଇଛି ।ଅଭିଯାନକୁ ଅତିରିକ୍ତ ପୁଲିସ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ଓ ଇନ୍ସପେକ୍ଟର ଇନ୍-ଚାର୍ଜ ପ୍ରକାଶ କୁମାର ସାହୁ ଉଦଘାଟନ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ ମେରାମଣ୍ଡଳୀର ଚିଫ୍ ସିକୁ୍ୟରିଟି ପ୍ରକାଶ ସଞ୍ଜୟ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା କଷ୍ଟକର ସଡ଼କ ପରିସ୍ଥିତି ଜନିତ ବିପଦକୁ ହ୍ରାସ କରିବା । ଏହି ଅଭିଯାନରେ ମୋନସୁନ ସମୟରେ ସଡ଼କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରାଯାଇଛି । ଏହି ଅବସରରେ ଚାଳକମାନଙ୍କୁ ସିଟ୍ ବେଲ୍ଟ୍ ପିନ୍ଧିବାର ଗୁରୁତ୍ୱ ବିଷୟରେ ସଚେତନ କରାଯିବା ସହିତ, ବାଇକ ଚାଳକ ଏବଂ ପିଲିଅନ୍ ଆରୋହୀଙ୍କୁ ସର୍ବଦା ହେଲମେଟ୍ ପିନ୍ଧିବା ପାଇଁ ଉତ୍ସାହିତ କରାଯାଇଥିଲା । ଏଥି ସହ ମୋନସୁନ ସମୟରେ ଗ୍ରହଣୀୟ ମୁଖ୍ୟ ସତର୍କତା ସମ୍ବନ୍ଧୀୟ ସୁରକ୍ଷା ପତ୍ରିକା ମଧ୍ୟ ବିତରଣ କରାଯାଇଥିଲା । ଅଭିଯାନ ମାଧ୍ୟମରେ ରୋଗ ପ୍ରତିରୋଧର ଉପାୟ ଓ ରୋଗ ଚିହ୍ନଟ ପାଇଁ ପ୍ରାରମ୍ଭିକ ଲକ୍ଷଣ ବିଷୟରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା ।