ଯୁବକଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍ ; ଲୁଟେରା ଗିରଫ

ଯୁବକଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍ ; ଲୁଟେରା ଗିରଫ


ଭୁବନେଶ୍ୱର, ୧୭ା୮ : ଅଭିଯୋଗକାରୀ  ଓ ତାଙ୍କ ସହକାରିଣୀଙ୍କ ସହ ଘରେ କାର୍ଯ୍ୟ କରୁଥିବା ସମୟରେ ଅଭିଯୁକ୍ତ ତାଙ୍କ ଘରେ ଯୋରଜବରଜସ୍ତ ପଶି ଦୁହିଁଙ୍କୁ ଗାଳିଗୁଲଜ କରିବା ସହ ଅଭିଯୋଗକାରୀଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା । ପରେ ତାଙ୍କୁ ଘରୁ ଟାଣି ଟାଣି ନେଇ ଏକ ଏଟିଏମରୁ ୧୦ ହଜାର ଟଙ୍କା ଉଠାଇ ଫେରାର ହୋଇଯାଇଥିଲା । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ପାଣ୍ଡରା ଜେନା ସାହିର ଦିଲିପ୍ ମହାପାତ୍ର ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ପ୍ରକାଶ ସଙ୍କ ଗତ ମଇ ମାସ ୧ ତାରିଖ ରାତିରେ ଜଣେ ସହକାରିଣୀଙ୍କ ସହ ନିଜ ଘରେ କାର୍ଯ୍ୟକରୁଥିବା ସମୟରେ ଅଭିଯୁକ୍ତ ଦିଲିପ୍ ତାଙ୍କ ଘରେ ଯୋରଜବରଜସ୍ତ ପଶି ଦୁହିଁଙ୍କୁ ଗାଳିଗୁଲଜ କରି ଅଭିଯୋଗକାରୀଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା । ଏହାପରେ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଭାବେ ହାଇଟେକ୍ କଲେଜ୍ ଛକ ଏଟିଏମ୍ ନିକଟକୁ ଟାଣି ଟାଣି ନେଇଥିଲା । ସେଠାରେ ତାଙ୍କୁ ଜୀବନରେ ମାରିଦେବାକୁ ଧମକାଇ ତାଙ୍କ ଏଟିଏମରୁ ପାସୱାର୍ଡ ନେଇ ୧୦ ହଜାର ଟଙ୍କା ଉଠାଇନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।