କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା
ପାରାଦୀପ : ଓଡିଶା ପ୍ରଦେଶ କଂଗ୍ରେସ୍ ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନକ୍ରମେ ପାରାଦୀପ ନଗର କଂଗ୍ରେସ୍ ପକ୍ଷରୁ ରାଜ୍ୟରେ ନାରୀ ସୁରକ୍ଷା, ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଏକ ମଶାଲ ଶୋଭାଯାତ୍ରା ମଙ୍ଗଳବାର ସଂନ୍ଧ୍ୟାରେ ଆୟୋଜିତ ହୋଇଥିଲା । ନଗର କଂଗ୍ରେସ୍ ସଭାପତି କେଦାରନାଥ ବିଶ୍ୱାଳଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ଏହି ଯାତ୍ରାରେ ସାମିଲ୍ ହୋଇଥିଲେ । ପିସିସି ପର୍ଯ୍ୟବେକ୍ଷକ ରାଜ କିଶୋର ବାରିକ, ସିଦ୍ଧାର୍ଥ ମହାନ୍ତି, ଜିଲ୍ଲା ପର୍ଯ୍ୟବେକ୍ଷକ ଇମତାଜ ଅହମଦ, ପିସିସି ସାଧାରଣ ସମ୍ପାଦକଙ୍କ ନିରଞ୍ଜନ ନାୟକ, କାହ୍ନୁ ଚରଣ ପରିଡ଼ା, ସରୋଜ ପ୍ରଧାନ, ସୂମନ କୁମାର ଖୁଣ୍ଟି ଆ, ଧୃବ ଚରଣ ମହାପାତ୍ର, ଚନ୍ଦ୍ର ଶେଖର ମହାପାତ୍ର, ତ୍ରିନାଥ ମହାନ୍ତି, ଗଦାଧର ମହାନ୍ତି, କୃପାସିନ୍ଧୁ ଦାସ, ରଞ୍ଜନ ଦାଶ, ସଂଜୟ ମୁଦୁଲି, କୈଶଲ୍ୟା ମହାନ୍ତି, ଧରିତ୍ରୀ ସାସମଲ, ଖୁଲଣା ଜେନା, ବନିତା ପ୍ରଧାନ, ପୁଷ୍ପାଲତା ଦାସ, ମିନତି ପ୍ରଧାନ ପ୍ରମୁଖ ଏହି ମଶାଲ ଶୋଭାରେ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ କଟୁ ସମାଲୋଚନା କରିଥିଲେ ।