କଂଗ୍ରେସ ପକ୍ଷରୁ ସୌମ୍ୟାଶ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା : ବଳଙ୍ଗା ପୀଡ଼ିତାଙ୍କ ଆଶୁଆରୋଗ୍ୟ କାମନା
ବେତନଟୀ: ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭକ୍ତ ଦାସଙ୍କ ଆହ୍ୱାନ କ୍ରମେ ବଡ଼ସାହି ନିର୍ବାଚନମଣ୍ଡଳୀର ବେତନଟୀ କଂଗ୍ରେସ ବ୍ଲକ୍ ସଭାପତି କୁଶଧର ବେହେରାଙ୍କ ନିଦେ୍ର୍ଦଶ କ୍ରମେ କଂଗ୍ରେସ କର୍ମକର୍ତ୍ତାମାନେ ସୌମ୍ୟାଶ୍ରୀଙ୍କ ମୃତୁ୍ୟରେ ନିରବ ପ୍ରାର୍ଥନା କରିଛନ୍ତି । ଏହାସହ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ବେତନଟୀ ବ୍ଲକ୍ ବଙ୍ଗଳା ଛକ ଠାରେ ଥିବା ଦିବଂଗତ ଭୁତପୁର୍ବ ଓଡିଶାର ବାଚସ୍ପତି ପ୍ରଶନ୍ନ କୁମାର ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏଫ୍ଏମ୍ ମହାବିଦ୍ୟାଳୟର ଛାତ୍ରୀ ସ୍ୱର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହାସହ ବଳଙ୍ଗା ପୀଡ଼ିତାଙ୍କ ଆଶୁଆରୋଗ୍ୟ କାମନା କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବୀ ପ୍ରବୀର ବାରିକ, ରବି ମୁର୍ମୁ, ମଣ୍ଟୁ ମହାନ୍ତ, ସୁଜିତ ମହାନ୍ତ, ମାନସିଂ ମାରାଣ୍ଡି, ଡାକ୍ତର ହେମ୍ବ୍ରମ, କୁନା ବାରିକ, ବାସନ୍ତୀ ସାହୁ, କେଶବ ପାଢ଼ୀଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।