ଶିଶୁ ମନ୍ଦିରରେ ମେଧାବୀଙ୍କୁ ଅଭିନନ୍ଦନ 

 ଜଗତସିଂହପୁର : ଜଗତସିଂହପୁର ବଡ଼ ବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷାରେ ଏ ୱାନ ଗ୍ରେଡ଼ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଉସôବରେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ଖୁଣ୍ଟିଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  । ଉସôବରେ ମୁଖ୍ୟଅତିଥି ଭାବେ ଜÿିଲ୍ଲା ପ୍ରମୁଖ ରଶ୍ମୀକାନ୍ତ ସାହୁ ଯୋଗ ଦେଇ ଶିଶୁ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ କରିଥିଲେ  । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଡକ୍ଟର ନିରଞ୍ଜନ ବିଶ୍ୱାଳ ଯୋଗଦେଇ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ  । ପରିଚାଳନା ସମିତିର ସଭାପତି ଈଶ୍ୱର ଚନ୍ଦ୍ର ନନ୍ଦ ସଭାପତିତ୍ୱ କରିଥିଲେ  । ପ୍ରାଣନାଥ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ  । ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ସ୍ୱୟଂ କାନ୍ତ ମିଶ୍ର, ଅନନ୍ୟା ସୁଭଦର୍ଶିନୀ, ନବନୀତା ମହାପାତ୍ର, ଉଦିତ ରଞ୍ଜନ ଶତପଥି, ଶକ୍ତି ପ୍ରସାଦ ଦାସ, ଶ୍ରଦ୍ଧା ସୁମନ ସାହୁ, ଲିପ୍ସା ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା  । ଶେଷରେ ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ଶ୍ରୀକାନ୍ତ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ  । ସମସ୍ତ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ  ।