କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡିଆଳ ଠାକୁରାଣୀ ମନ୍ଦିର ପରିସରରୁ ବାହାରି ଖଡିଆଳ ନଗର ପରିକ୍ରମା ପରେ ଅଗ୍ରସେନ୍ ଧର୍ମଶାଳା ପରିସର ମଧ୍ୟକୁ ପ୍ରବେଶ କରିଥିଲା । ଖଡ଼ିଆଳ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥô କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲା ସଭାପତି ସୁରେଶ ଆଜାଦ୍ ଜିଲ୍ଲା ସଂଯୋଜକ ଘାସିରାମ ମାଝୀ,  ପର୍ଯ୍ୟବେକ୍ଷକ ମୁରଲୀ ଧର ନାଏକ, ଜିଲ୍ଲା ପରିଷଦ ସଭ୍ୟ ଭରତ ରାଉତ, ବରିଷ୍ଠ କଂଗ୍ରେସ  କମିଟି ସଦସ୍ୟ ଫାରୁକ୍ ମହମ୍ମଦ, ଆଲୋକ ଗୁରୁ, ଦେବଦତ୍ତ ଦୀକ୍ଷିତ, ରାଜ୍ୟ ଯୁବ କଂଗ୍ରେସ୍ କାର୍ଯ୍ୟକାରୀ ସଭାପତି ଗଣେଶ ରାମ ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ୍ ଆହିର, ବିରଞ୍ଚି ବାଗ ସହ ଜିଲ୍ଲା ଯୁବ କଂଗ୍ରେସ ବହୁ କର୍ମୀ ଯୋଗ ଦେଇଥିଲେ ।