କଇଁଛ ସୁରକ୍ଷା ପାଇଁ କଟକଣା

ଅସ୍ତରଙ୍ଗ: ଅଲିଭରିଡିଲେ କଇଁଛଙ୍କ ପ୍ରଜନନ ଋତୁ ଚାଲିଥିବା ବେଳେ, ରାଜ୍ୟ ସରକାର ଏହି ବିରଳ ପରିବେଶ ସୁରକ୍ଷାକାରୀ କଇଁଛଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଧଶ ଜାରି କରିଛନ୍ତି । ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ୨୦ କିଲୋମିଟର ଭିତରେ କୌଣସି ଟ୍ରଲର ମାଛ ମାରିବେ ନାହିଁ, କାରଣ ଏହି ସମୟରେ ଏହି ଅଞ୍ଚଳରେ ଟ୍ରଲର ପ୍ରବେଶ କଲେ ଅଲିଭରିଡଲେ କଇଁଛଙ୍କ ଜୀବନ ପ୍ରତି ବିପଦ ରହିଥାଏ ।  ଅସ୍ତରଙ୍ଗ ଉପକୂଳ ସାମୁଦ୍ରିକ ଅଞ୍ଚଳ ଏହି ବିରଳ କଇଁଛଙ୍କ ପ୍ରଜନନ ପାଇଁ ଉପକୂଳ ପରିବେଶ ହୋଇଥିବାରୁ, ପ୍ରତ୍ୟେକ ବର୍ଷ ଏହି ସମୟରେ ହଜାର ହଜାର ସଂଖ୍ୟାରେ କଇଁଛ ଆସିଥାନ୍ତି । ତେଣୁକରି ବନବିଭାଗ, ମତ୍ସ୍ୟ ବିଭାଗକୁ ଏହି କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଧଶ ରହିଛି । ଯଦିଓ ଏହି ସମୟ ଭିତରେ ବନବିଭାଗ କିଛି କଟକଣା ଉଲ୍ଲଙ୍ଘନକାରୀ ଟ୍ରଲରକୁ ଜବତ କରି ଫାଇନ ଆଦାୟ କରିଛି କିନ୍ତୁ ଆଉ ଏକ ସନେ୍ଦହଜନକ ଦୃଶ୍ୟ ସମୁଦ୍ର ଭିତରେ ରାତି ସମୟରେ ଦୃଶ୍ୟମାନ ହେଉଛି । ରାତିରେ ସମୁଦ୍ର କୂଳରୁ ଦୃଷ୍ଟି ନିକ୍ଷେପ କଲେ ସମୁଦ୍ର ଭିତରେ ଏକାଧିକ ଟ୍ରଲରଙ୍କ ଲାଇଟ ଜଳୁଥିବା ଦେଖାଯାଉଛି । କିଛି ଟ୍ରଲର ମାଲିକ କହୁଛନ୍ତି ସେମାନଙ୍କ ଟ୍ରଲର ଏଠି ଆଙ୍କର କରିଛି, କିନ୍ତୁ ଏହି କଥା ସହଜରେ ଗ୍ରହଣ ହେଉନାହିଁ, ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳର ପରିବେଶବିତ୍ ଶୋଭାକର ବେହେରା କହିଛନ୍ତି ସମୁଦ୍ର ତଟରୁ ରାତିରେ ଫିସିଂ ଟ୍ରଲରଙ୍କ ଆଲୋକମାଳା ଦୃଶ୍ୟ ହେଉଛିମାନେ ନିଶ୍ଚିନ୍ତ ଟ୍ରଲର ଅଛି, କିନ୍ତୁ ଏହା ଆଇନ ଅନୁସାରେ କଟକଣା ଉଲ୍ଲଙ୍ଘନ କରି ମାଛ ମାରୁଛନ୍ତି ନିଷିଦ୍ଧାଅଞ୍ଚଳରୁ । ତାହା ସ୍ପଷ୍ଟ କରିବା ସାଧାରଣରେ ସମ୍ଭବ ନୁହେଁ । ଏଥିପାଇଁ ବନବିଭାଗ ରାତ୍ରିକାଳୀନ ପାଟ୍ରୋଲିଙ୍ଗ କରିବା ନିତ୍ୟାନ୍ତ ଆବଶ୍ୟକ ତେବେ ଜଣାପଡିବ ପ୍ରକୃତରେ ଏହି ଟ୍ରଲରଙ୍କ ର କି ପ୍ରକାର ଭୂମିକା ରହିଛି ।