ଜିଲ୍ଲାପାଳଙ୍କ ଜନଶୁଣାଣି
ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକରେ ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଏହିଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ, ଅନେକ ଲୋକଙ୍କ ମନରେ ଜନଶୁଣାଣୀ ଉପରୁ ଆସ୍ଥା ହଟିବାକୁ ବସିଛି । କାରଣ ପୂର୍ବରୁ ଅନେକ ଥର ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲେ ବି ସାଧାରଣ ଲୋକଙ୍କ ଅଭିଯୋଗ କାଗଜକଲମରେ ସୀମିତ ରହିଯାଇଛି କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅସ୍ତରଙ୍ଗ ବ୍ଲକ୍ ମାଳଦା ଗ୍ରାମର ଯୁବ ସମାଜସେବି ଅମୀୟ ରଞ୍ଜନ ବାରିକ ମତପ୍ରକାଶ କରିଛନ୍ତି । ମିଳିତ ଜନଶୁଣାଣୀରେ ଅଭିଯୋଗକାରୀ ରାସ୍ତା, ପାନୀୟଜଳ, ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା, ଜଙ୍ଗଲ ପରିବେଶ, ବିଭିନ୍ନ ପଞ୍ଚାୟତସ୍ତରୀୟ ଉନ୍ନୟନ କାର୍ଯ୍ୟକ୍ରମ, ପଶୁ ସମ୍ପଦ, ଭତ୍ତା, ଖାଉଟି କଲ୍ୟାଣ, ବିଦୁ୍ୟତ୍ ସେବା, ଆଇନ ସେବା ଓ ରାଜ୍ୱସ ବିଭାଗ ଉପରେ ସର୍ବମୋଟ ୧୮୦ ଜଣ ଅଭିଯୋଗକାରୀ ପଞ୍ଜିକୃତ କରିବା ସହ ଜିଲ୍ଲା ପ୍ରଶାସନ ଆଗରେ ନିଜ ନିଜ ସମସ୍ୟା ଉପରେ ଆଲୋକପାତ କରିଛନ୍ତି ।
ମିଳିତ ଜନଶୁଣାଣୀରେ ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ଜାରି ରହିଥିଲା, ଅନ୍ୟମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷା ଆରତୀ ନାୟକ, ଉପାଧ୍ୟକ୍ଷ ଦୁଃର୍ଜ୍ଜୟ ମିଶ୍ର, ଅସ୍ତରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ସସ୍ମିତା ବେହେରା, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପତି, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀ, ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଆଶୁତୋଷ ଦେ ଉପସ୍ଥିତ ରହି ସାଧାରଣଙ୍କ ଅଭିଯୋଗକୁ ଗ୍ରହଣ କରି ସେମାନଙ୍କ ସମାଧାନ ପାଇଁ ବିଧିବଧ ଭାବେ ଆଲୋଚନା କରିଥିଲେ । ଏ ସଂକ୍ରାନ୍ତରେ ଆଇନଜୀବୀ ଦିବ୍ୟଦର୍ଶୀ ବିଶ୍ୱାଳଙ୍କ ମତାନୁସାରେ ସରକାରଙ୍କ ବିହିତ ଜନକଲ୍ୟାଣ କାର୍ଯ୍ୟକ୍ରମ ବ୍ଲକ୍ସ୍ତରୀୟ ଜନଶୁଣାଣୀ, ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ପ୍ରକୋଷ୍ଠ ବିଧିବଧ ଭାବେ ଦାୟିତ୍ୱ ପାଳନ କଲେ ଏହା ସାଧାରଣ ଲୋକଙ୍କ ଜନହିତରେ ଏକ ପରିବର୍ତ୍ତନ ଆଣିବ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପରିଶେଷରେ ଉପସ୍ଥିତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ ଯେ, ସାଧାରଣ ଲୋକଙ୍କ ସମସ୍ୟା ମୂଳକ ଅଭିଯୋଗ ସମାଧାନ ପାଇଁ ପଦକ୍ଷେପ ଗ୍ରହଣକରିବେ ।