କଟକରୁ ବେଆଇନ ବନ୍ଧୁକ କାରଖାନା ଠାବ

କଟକରୁ ବେଆଇନ ବନ୍ଧୁକ କାରଖାନା ଠାବ । ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ  କାରଖାନା ଠାବ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ଜବତ କରାଯାଇଛି । ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ  କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ  କାରଖାନା ତିଆରି କରି ହଥିଆର କାରବାର ଚାଲିଥିଲା । ଦୀର୍ଘ ଦୀନ ହେବ ଏହି କାରଖାନା ଚାଲି ଆସୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଏହି ବନ୍ଧୁକ  କାରଖାନା ଉପରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସମାଗ୍ରୀ ଜବତ କରାଯାଇଛି । ଏବେ ବି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଅଧିକାରୀ ଚଢାଉ ଜାରି ରଖିଛନ୍ତି ।