କଣ୍ଟାପଡା ପ୍ରେସ୍ କ୍ଲବ କାର୍ଯ୍ୟାଳୟ ଉଦ୍ଘାଟିତ

  ନିଆଳି: କଣ୍ଟାପଡା ପ୍ରେସ୍ କ୍ଲବ ପକ୍ଷରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାଖରେ ଥିବା ସରସ୍ୱତୀ ଆୱାସ୍ରେ ପ୍ରେସ୍ କ୍ଲବ କାର୍ଯ୍ୟାଳୟ ପଣ୍ଡିତ ଗୋଦାବରୀ ମହାପାତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଦିନ ତମାମ ପୂଜକ ବିରଞ୍ଚô ନାରାୟଣ ଶତପଥୀଙ୍କ ଦ୍ୱାରା ହୋମ ଓ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରେସ୍ କ୍ଲବ ସଭାପତି ଶରତ କୁମାର ସାହୁ କର୍ତ୍ତା ହୋଇଥିବାବେଳେ କଣ୍ଟାପଡା ନିଆଳି ବାରଙ୍ଗର  ସାମ୍ବାଦିକ ସୁବାଷ ମହାପାତ୍ର, ଅକ୍ଷୟ ସେନାପତି, ପ୍ରତାପ ମଲିକ, କବି ପ୍ରସାଦ ମହାନ୍ତି, ରବୀନ୍ଦ୍ର ନାଥ ବିଶ୍ୱାଳ, ନୃସିଂହଚରଣ ଜେନା, ବିଶ୍ୱଜିତ ବେହେରା, ନିରଞ୍ଜନ ଭୋଇ, ସାମ୍ବାଦିକା ମଧୁସ୍ମିତା ସାହୁ ପ୍ରିୟଦର୍ଶିନୀ ସାହୁ, ଆଞ୍ଜୁଷା ଦାଶ, ବର୍ଷା ନାୟକ, ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅପରାହ୍ନରେ କଣ୍ଟାପଡା ପ୍ରେସ୍ କ୍ଲବ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ  କଣ୍ଟାପଡାରେ ଥିବା ବିଭିନ୍ନ ଗରିବ ଲୋକଙ୍କୁ କାର୍ଯ୍ୟରେ ସହାୟତା କରିବା ଓ ସେମାନଙ୍କ କାର୍ଯ୍ୟ ପାଇଁ ମାଗଣାରେ ଜେରକ୍ସ କରି ଯୋଗାଇଦେବା, ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକଙ୍କ ମୃତୁ୍ୟ ହେଲେ ଶବଦାହ ପାଇଁ ସକ୍ଷମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବା, କଣ୍ଟାପଡା ବ୍ଲକ ଅଞ୍ଚଳ ରେ ଦୁର୍ଘଟଣା ଘଟିଲେ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା ବାବ ଦେ ସମସ୍ତ ଖର୍ଚ୍ଚ କଣ୍ଟାପଡା ପ୍ରେସ କ୍ଲବ ବହନ କରିବ । ଏ ନେଇ ପ୍ରେସ୍ କ୍ଲବ ପକ୍ଷରୁ ୨୪ ଘଣ୍ଟିଆ ଲ୍ୟାଣ୍ଡ ଫୋନ୍ ବ୍ୟବସ୍ଥା କରାଯାଇଛି । ନମ୍ବର ୦୬୭୧-୨୯୧୦୪୮୬, ୯୪୩୮୬୦୬୨୮୭ ଦୁଇଟି ଜାରି କରାଯାଇଛି । ଏଥି ସହିତ ଏ ମେଲ ଆଇ ଡି ଳବଦ୍ଭଗ୍ଧବକ୍ଟ୍ରବୟବକ୍ଟ୍ରକ୍ସରଗ୍ଦଗ୍ଦମକ୍ଷଙ୍କଭଅଶଜ୍ଞବସକ୍ଷ.ମକ୍ଟଜ୍ଞ ରେ ବିଭିନ୍ନ ସମସ୍ୟା ନେଇ ମେଲ ମାଧ୍ୟମ ରେ ଅଭିଯୋଗ କରିପାରିବେ । ଅପରାହ୍ନରେ ଏକ ବନ୍ଧୁ ମିଳନ କରାଯାଇ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।