ଟ୍ରଷ୍ଟ ପ୍ରତିଷ୍ଠାତ୍ରୀଙ୍କ ପରଲୋକ

 ଭଦ୍ରକ : ନାରାୟଣ ପ୍ରସାଦ କର ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ, ସମାଜ ସେବିକା ତଥା ବିଦୂଷିକା ମହିଳା ଅବନ୍ତୀ କରଙ୍କ ଅକାଳ ବିୟୋଗ ହୋଇଯାଇଛି । ସ୍ୱର୍ଗତା କର କବି, ସାହିତ୍ୟିକ, ପ୍ରଖ୍ୟାତ ବାସ୍ତୁଶାସ୍ତ୍ର ଓ ଜ୍ୟୋତିର୍ବିତ ତଥା ପୁରୋହିତାଚାର୍ଯ୍ୟ ସ୍ୱର୍ଗତ ନାରାୟଣ ପ୍ରସାଦ କରଙ୍କ ଧର୍ମପନôୀ ଓ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପାଳସାହି ର ଅଧ୍ୟକ୍ଷ ନୀହାର ରଞ୍ଜନ କରଙ୍କ ମାତା ଅଟନ୍ତି । ମୃତୁ୍ୟ ସମୟକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ପ୍ରକାଶ ଥାଉକି ସ୍ୱର୍ଗତା କର ଡାଇରିଆ ରେ ପୀଡ଼ିତା ହୋଇ ସୋରୋ ବ୍ଲକ ଅନ୍ତର୍ଗତ ଅନନ୍ତପୁର ସିଏଚ୍ସିରେ ଚିକିସôିତ ହୋଇ ସୁସ୍ଥ ହୋଇଯାଇଥିଲେ ମାତ୍ର ଚିକିସôା ଅବସ୍ଥାରେ ତାଙ୍କ ଫୁସଫୁସରେ ପାଣି ଜମି ଯିବାରୁ ନିଃଶ୍ୱାସ ନେଇ ନ ପାରି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତୁ୍ୟ ଶଯ୍ୟା ପାଖରେ ତାଙ୍କ ସାନପୁଅ ନୟନ, ମଝିଆଁ ବୋହୂ ସରୋଜିନୀ ଓ ଅନ୍ୟାନ୍ୟ ସମ୍ପର୍କୀୟ ଉପସ୍ଥିତ ଥିଲେ । ତାଙ୍କ ଦେହାନ୍ତ ଖବରପାଇ ପୁତ୍ର ନୀହାର, ନୀରଦ ତାଙ୍କ ମରଶରୀର ପାଖରେ ପହଞ୍ଚିଥିଲେ । ନାରାୟଣ ପ୍ରସାଦ କର ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାର, ନାଟ୍ୟଶ୍ରୀ ନିର୍ମଳ ରାଉତ, ଆମ ମାତୃଭାଷା ପରିଷଦର ସମ୍ପାଦକ ଡା. ଅନିଲ କୁମାର ଦାଶ ପ୍ରମୁଖ ସ୍ୱର୍ଗତା କରଙ୍କୁ ଅନ୍ତିମ ଦର୍ଶନ କରିଥିଲେ ।