ଡିଲରଙ୍କ ପରଲୋକ 

 କାକଟପୁର:  କାକଟପୁର ପଞ୍ଚାୟତର ସର୍ବ ପୁରାତନ ଡିଲର ମନୋଜ କୁମାର ସାମଲ ଙ୍କ ଅକାଳ ବିୟୋଗ ଘଟିଛି । ସେ ତାଙ୍କ ପିତା ସୁଦର୍ଶନ ସାମଲଙ୍କ ପରେ ଦୀର୍ଘ ୩୦ ବର୍ଷ ଧରି ସରକାରଙ୍କ ଯୋଗାଣ ସାମଗ୍ରୀ ପଂଚାୟତରେ ବଣ୍ଟନ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥଲେ । ଗତ ୬ ମାସ ହେବ ତାଙ୍କ ଶରୀର ଅସୁସ୍ଥ ହେବାଯୋଗୁ ଏକ ବେସରକାରୀ ଚିକିସôାଳୟରେ ଚିକିସôାହେଉଥିଲେ ଗତ କାଲି ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ତାଙ୍କ ମୃତୁ୍ୟ ଖବର ପ୍ରସାରିତ ହେବାପରେ କାକଟପୁର ପୁର ଅଞ୍ଚଳରେ ଏକ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଥିଲା । ତାଙ୍କ ମର ଶରୀର କାକଟପୁରରେ ପଂହଁଚିବା ପରେ ଏକ ଶୋଭାଯାତ୍ରା କରାଯାଇ ମନୋଜ ଭାଇ ଅମର ରହେ ନାରା ଦେଇ ନିଜ ଗ୍ରାମକୁ ନିଆଯାଇଥିଲାପରିବାରର ଆତ୍ମୀୟ ସୋଜନ ଏବଂ କାକଟପୁର ସରପଞ୍ଚ ଅଭୟ ସେଠି, କାକଟପୁର ପୁର ପ୍ରେସ କ୍ଲବ ର ସଭାପତି କମଳ ଲୋଚନ ଦୀକ୍ଷିତ, ଉପ ସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ଆଦିତ୍ୟ ରାଉତ, ଭାଗବତ ସ୍ୱାଇଁ, ବଂଶୀଧର ମହାପାତ୍ର ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚô ମର ଶରୀର ଶେଷ ଦର୍ଶନ କରି ଅମର ଆତ୍ମା ର ସଦଗତି କାମନା କରିଥିଲେ । ଶେଷ ରେ ନିଜ ଗ୍ରାମ ସ୍ମଶାନରେ   ଶେଷକୃତ ସମାପନ କରାଯାଇଥିଲାତାଙ୍କ ପୁତୁରା ଦିଲ୍ଲୀପ ସାମଲ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତୁ୍ୟ ରେ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି ।