କନେଷ୍ଟବଳ ଦୀପକ କୁମାର ପୁରସ୍କୃତ 

ବ୍ୟାସନଗର: ଯାଜପୁର ରୋଡ ଥାନାର କନେଷ୍ଟବଳ ଦୀପକ କୁମାର ତ୍ରିପାଠୀ ରାଜ୍ୟର ଶ୍ରେଷ୍ଟ କନେଷ୍ଟବଳ ଭାବେ ପୁଲିସ ପ୍ରତିଷ୍ଠା ଦିବସରେ ଡିଜିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ରାଜ୍ୟ ପୁଲିସ ପକ୍ଷରୁ ସାରା ଜିଲାର ମୁଖ୍ୟାଳୟରେ ୯୦ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ପୁଲିସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ବିଭିନ୍ନ ବିଭାଗର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ତାଙ୍କର ନିଷ୍ଠାପର ସେବା ପାଇଁ ଡିଜି ଯୋଗେଶ ବହାଦୁର ଖୁରାନିଆ ପୁରସ୍କୃତ କରିଛନ୍ତି । ଏହି ପରିପକ୍ଷରେ ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନାର କନେଷ୍ଟବଳ ଦୀପକ କୁମାର ତ୍ରିପାଠୀଙ୍କୁ ଶ୍ରେଷ୍ଟ ଥାନା କନେଷ୍ଟବଳ ଭାବେ ଡିଜି ପୁରସ୍କୃତ କରିଛନ୍ତି । ପୁରସ୍କାର ପାଇବା ପରେ ଶ୍ରୀ ତ୍ରିପାଠୀ ଡିଜି ଶ୍ରୀ ଖୁରାନିଆ, ଯାଜପୁର ଏସ୍ପି ୟସପ୍ରତାପ ଶ୍ରୀମଲ ଓ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ କନେଷ୍ଟବଳ ଦୀପକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ।