ବିଭିନ୍ନ ବିଦ୍ୟାଳୟରେ ଖଡିଛୁଆଁ ଉତ୍ସବ

 ଟମକା: ଜିଲାର ବିଭିନ୍ନ ବିଦ୍ୟାଳୟରେ ଖଡ଼ିଛୁଅାଁ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମେ ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମାଣତିରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତାରିଣୀ ପ୍ରସାଦ ପୁହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅଶ୍ୱସ୍ଥପାଳ ପଂଚାୟତ ସରପଂଚ ରାଧିକା ଜେନା, ପରିଚାଳନା କମିଟି ସଭାପତି ବିଦ୍ୟାଧର ନାୟକ, ସ୍ଥାନୀୟ କ୍ଲଷ୍ଟର ସିଆରସିସି ବିନୟ କୁମାର ସେଠୀ, ୱାର୍ଡସଭ୍ୟ ଅନାମ ଚରଣ ବେହେରା, ଅଙ୍ଗନୱାଡି କର୍ମୀ ସ୍ମିତାରାଣୀ ମାଝୀ ଓ ସୁଭଦ୍ରା ଜେନା ପ୍ରମୁଖ ଯୋଗଦାନ କରିଥିଲେ । ଶିଶୁ ବାଟିକା ଶ୍ରେଣୀର ନାମଲେଖା କାର୍ଯ୍ୟକ୍ରମକୂ ସହକାରୀ ଶିକ୍ଷକ ପ୍ରହ୍ଲାଦ ବେହେରା, ବିଜୟ କୁମାର ସାହୁ, ସୂଚୀସ୍ମିତା ସାହୁ, ସୁଧାଂଶୁମାଳିନୀ ପ୍ରଧାନ ଆଦି ପରିଚାଳନା କରିଥିଲେ ।
ବ୍ରହ୍ମବରଦା: ରସୁଲପୁର ବ୍ଳକ ବ୍ରହ୍ମବରଦା ପଂଚାୟତ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଛି ।  ପରିଚାଳନା କମିଟି ସଭାପତି ଅନୱର ଖାଁଙ୍କ ସଭାପତିତ୍ୱ ଅନୁଷ୍ଠିତ ପର୍ବରେ ଅତିଥି ଭାବେ ସରପଂଚ ମମତା ଶୁଭଦର୍ଶନୀ ଦେଓ, ସମିତିସଭ୍ୟା ରୁକସାନା ପରୱିନ, ବନ୍ଧଡ଼ିହ କ୍ଳଷ୍ଟର ସିଆରସି ବିଜୟ କୁମାର ସାହୁ, ଶିକ୍ଷାବିତ ଆଲ୍ଲାଉଦ୍ଦିନ ଖାଁ, ପ୍ରଫୁଲ୍ଲ ଗିରି, ପ୍ରଦୀପ ଦାସ, ଶିଶୁଅଧିକାର କର୍ମୀ ମଂଟୁ ଦାସ ପ୍ରମୁଖ ଯୋଗ ଦେଇ ନୂତନ କରି ନାମଲେଖାଇଥିବା ଶିଶୁ ମାନଙ୍କୁ ନିୟମିତ ସ୍କୁଲ ଆସିବାକୁ ଉତ୍ସାହିତ କରିଥିଲେ । ପ୍ରଧାନଶିକ୍ଷକ ମନୋରଞ୍ଜନ ବିଶ୍ୱାଳ ଅତିଥି ପରିଚୟ ସହ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଶୁଭଶ୍ରୀ ସାହୁ, ସ୍ୱସ୍ତିକା ସାହୁ, ଶ୍ରୀମନ୍ତିନି ଜେନା, ମମତା ମହାଳିକ, ଗୀତା ସାହୁ, ଶକ୍ତିଶ୍ରୀ ପ୍ରିୟବାଦିନୀ ଓ ଶିକ୍ଷକ ଅରୁଣ କୁମାର ଜେନା, ସତ୍ୟପ୍ରକାଶ ମିଶ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ।
ଆନନ୍ଦପୁର: ଆନନ୍ଦପୁର ବ୍ଳକ ଅନ୍ତର୍ଗତ ପାତାଳଶୁଣୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଜଙ୍ଘାରରେ ଖଡ଼ିଛୁଆଁ ଏବଂ ଶିଶୁ ବଟିକାର ଶୁଭାରମ୍ଭ ହୋଇଯାଇଛି । ସିଆରସିସି ନିରଞ୍ଜନ କୁମାର ସାହୁ ନିଶାକର ଦାସ ଏବଂ ବିଇଓ କାର୍ଯ୍ୟାଳୟ କର୍ମଚାରୀ ପ୍ରଶନ୍ନ କୁମାର ନାହାକଙ୍କ ନେତୃତ୍ୱରେ ପାତାଳଶୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଚେତନତା ରଥ ପହଁଚିବା ପରେ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତିରେ ରଥକୁ ସ୍ୱାଗତ କରାଯାଇଥିଲା । ପରିଚାଳନା କମିଟି ଅଧକ୍ଷ୍ୟ ଗୌତମ ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦମୟନ୍ତୀ ନାଏକ, କବୀତା ରାଣୀ ଦୀକ୍ଷିତ, ପାତାଳଶୁଣୀ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଦେବେନ୍ଦ୍ର ସାମଲ, ଚିତରଞ୍ଜନ ଜେନା, ଅନାଦି ଚରଣ ବେହେରା, ବିଷ୍ଣୁ ଚରଣ ମିଶ୍ର, ଶୁକଦେବ ସାହୁ ପ୍ରମୁଖ ରଥକୁ ସ୍ୱାଗତ କରିବାରେ ସହଯୋଗ କରିଥିଲେ । 
ଧର୍ମଶାଳା: ଏହି ବ୍ଲକ ଚୋରମୁହାଁ ପଂଚାୟତ ବଡମଙ୍ଗଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖଡିଛୁଆଁ ଦିବସ  ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୋ’ସ୍କୁଲର ଅଧ୍ୟକ୍ଷ ଚିତରଞ୍ଜନ ଜେନା ଅତିଥି ଭାବେ ଯୋଗଦେଇ ଥିଲେ । ଶିଶୁ ବାଟିକାରେ ୫ବର୍ଷ ପିଲା ୧୪ଜଣ ଓ ପ୍ରଥମ ଶ୍ରେଣୀରେ ୬ବର୍ଷ ପିଲା ଜଣେ ନାମ ଲେଖାଇଥିଲେ । କାର୍ଯ୍ୟକ୍ରମକୁ ଏମଏମସି ଅଧ୍ୟକ୍ଷ ହରିଶ ସାମଲ, ପୂର୍ବତନ ଏମଏମସି ଅଧ୍ୟକ୍ଷ ଉଦୟ ପାଳ, ସାମ୍ବାଦିକ ଅବିନେଶ୍ୱର ଶତପଥୀ, ଚନ୍ଦନ କୁମାର ରାଉତ, ସୁରେଶ ମଲିକ, ମାମିନା ତରାଇ, ଅବସରପ୍ରାପ୍ତ ଶିକ୍ଷକ ମହମ୍ମଦ ଅଜିଜୁଲ୍ଲା, ସେକ ଅନୱାର, ସେକ ମୁଖତାର, ତୁଳସୀ ସାହୁ, ସମସାରା ବେଗମ, ଶିକ୍ଷୟିତ୍ରୀ ନିବେଦିତା ଦାଶ, ବାସନ୍ତୀ ଶତପଥୀ, ଅଭୟ ସ୍ୱାଇଁ, ସୁଦୀପ୍ତା ପ୍ରିୟଦର୍ଶିନୀ ଦାଶ, ସେକ ରହିମ୍ମୁଦ୍ଦିନ, ପୁଷ୍ପଲତା ପଲେଇ, ପ୍ରଭାମଣୀ ରାଉତ, ଲଷ୍ମୀ ରାଉତ, ବିଦୁଲତା ମହାନ୍ତି, କୁନି ସାହୁ, ଭାଗ୍ୟଶ୍ରୀ ରାଉଳ, ସତ୍ୟଭାମା ସାମଲ ପ୍ରମୁଖ  ପରିଚାଳନାରେ ସହଯୋଗ କରିଥିଲେ ।