କମିସନରେଟ ପୁଲିସ ପକ୍ଷରୁ ରକ୍ତ ସଂଗ୍ରହ
ବାଲିଅନ୍ତା : ରାଜ୍ୟରେ ପ୍ରତିଦିନ ଥାଲାସମିଆ ରୋଗୀ ହୁଅନ୍ତୁ କିମ୍ୱା ଅନ୍ୟ ରୋଗୀ ହୁଅନ୍ତୁ ସେମାନଙ୍କ ନିମନ୍ତେ ରକ୍ତର ଯଥେଷ୍ଟ ଆବଶ୍ୟକ ପଡିଥାଏ । ମାତ୍ର ରକ୍ତର ଅଭାବ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଆଜି କମିସନରେଟ ପୁଲିସ ଓ କେନ୍ଦ୍ରୀୟ ରେଡ଼କ୍ରସ ସୋସାଇଟି ମିଳିତ ସହଯୋଗରେ ଧଉଳି ଥାନା ଅଧିନ ଏକ ହୋଟେଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ପୁଲିସ ଆୟୁକ୍ତ ମୁଖ୍ୟ ସୁରେଶ ଦେବଦତ୍ତ ସିଂ, ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଆୟୁକ୍ତ ନରସିଂହ ଭୋଳ, ଅତିରିକ୍ତ ଉପାୟୁକ୍ତ ମାନସ ଗଡ଼ନାୟକ ଯୋଗଦେଇ ରକ୍ତଦାତାଙ୍କୁ ଉସôାହିତ କରିବା ସହ ସେମାନେ ସମସ୍ତେ ଜଣେ ଜଣେ ଯୋଦ୍ଧା ବୋଲି ଅଭିହିତ କରିଥିଲେ । ଏଥିରେ ମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ ବେଳେ ଏହି ରକ୍ତ ବିଏମସି ହସ୍ପିଟାଲ ଗ୍ରହଣ କରିଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୋନ-୨ ଅତିରିକ୍ତ ଆୟୁକ୍ତ କୃଷ୍ଣ ଚନ୍ଦ୍ର ପଲେଇ, ଶ୍ରୀ ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଧଉଳି ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ସହକାରୀ ପୁଲିସ ଅଧିକାରୀ ମନ୍ମଥ ବେହେରା, ପ୍ରବୀର ଲେଙ୍କା, ଜାନଭି ତାଣ୍ଡି, ବିଭୁପ୍ରସାଦ ସାହୁ ସମେତ ଧଉଳି ଥାନାର କର୍ମଚାରୀମାନେ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରିଥିଲେ ।