ମହିଳା କନଷ୍ଟେବଳଙ୍କ ମୃତୁ୍ୟ 

 ରାୟଗଡ଼ା: ବାହୁଡ଼ା ଦିନ ଡୁ୍ୟଟିରେ ଯାଉଥିବା ଜଣେ ମହିଳା କନଷ୍ଟେବଳଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଏହି ଦୁଃଖଦ ଘଟଣା ଘଟିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକ ନିକଟରେ । ମୃତକ ଜଣକ ହେଲେ ଖେଦାପଡ଼ା ପଞ୍ଚାୟତର ବାସିନ୍ଦା ବୃନ୍ଦା ଗାଣ୍ଟାଙ୍କ ଝିଅ ତଥା ବର୍ତ୍ତମାନ କାର୍ଯ୍ୟରତ ପୁଲିସ କନଷ୍ଟେବଳ ଲାବଣ୍ୟା ଗାଣ୍ଟା (୨୫) । ବାହୁଡ଼ା ରଥଯାତ୍ରା ଡୁ୍ୟଟି ପାଇଁ ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରକୁ ଯାଉଥିଲେ । ଏହି ସମୟବେଳେ ଗୁନାଖାଲ ପିଣ୍ଡପଦର୍ ଛକ ନିକଟରେ ଟ୍ରେଲର ଧକ୍କାରେ ସେ ଟ୍ରେଲର ତଳେ ଚାପି ପଡ଼ି ଘଟଣାସ୍ଥଳରେ ମୃତୁ୍ୟବରଣ କରିଥିଲେ । ଘଟଣାରେ ଆଉ ଦୁଇ ବାଇକ୍ ଚାଳକ ଓ ଆରୋହି ଗୁରୁତର ଭାବେ ଆହତ ହୋଇଛନ୍ତି  । ସେମାନେ ବିଷମକଟକ ବ୍ଲକ ବେଥିଆପଡ଼ା ପଞ୍ଚାୟତର କାନ୍ତାରାଓ କାଡ୍ରାକା (୪୦) ଓ ସୁବାରାଓ କାଡ୍ରାକା (୪୦) । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲରଟ୍ରକକୁ ଜବତ କରି ଡ଼୍ରାଇଭରକୁ ଗିରଫ କରିଛି ।