ଚୋରା କୋଇଲା ଚାଲାଣ ରୋକିବା ଲାଗି ଉଦ୍ୟମ ଆରମ୍ଭ


ତିହିଡି: ଚୋରା କୋଇଲା ·ଲାଣ ରୋକିବା ପାଇଁ ପୁଲିସ ପ୍ରାଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି  । ଧାମରା ରେଳପଥ ନିକଟବର୍ତ୍ତୀ ଗ୍ରାମଗୁଡିକରେ କେତେକ ବ୍ୟକ୍ତି ଚଳନ୍ତା ରେଳରୁ ଅଙ୍କୁଡା ଲଗାଇ କୋଇଲା ଚୋରି କରି ଆସୁଛନ୍ତି  । ଗୋଟିଏ ଗୋଟିଏ ଟ୍ରେନରୁ ଟନ୍ ଟନ୍ କୋଇଲା ସଂଗ୍ରହ କରାଯାଉଛି । ସେଗୁଡିକୁ ବସ୍ତାରେ ପେକିଂ କରି ମାଫିଆମାନଙ୍କୁ ବିକ୍ରି କରୁଛନ୍ତି । ମାଫିଆମାନେ ପ୍ରଶାସନିକ କଳ, ବଳ ଓ ସାମର୍ଥ୍ୟ ଆଦି ଲଗେଇ ଚଢା ଦରରେ ବାହାରକୁ ·ଲାଣ କରୁଛନ୍ତି । କାଁଭାଁ ଧରା ପଡୁଥିବା ବେଳେ ଅଧିକାଂଶ ସଫଳ ହେଉଛନ୍ତି । ଏହି ଚୋରା କୋଇଲା ·ଲାଣକୁ ନେଇ ରାତିପାହିଲେ ବିବାଦ ଦେଖା ଦେଉଛି । ରାତି ଦିନ ରେଳପଥ କରିଡୋରରେ ମାଫିଆମାନଙ୍କ ଆଡ୍ଡା ଦେଖିବାକୁ ମିଳୁଛି । ବସ୍ତାରେ ପେକିଂ କରିବା ପରେ ଗାଡି ଯୋଗେ ବାହାରକୁ ·ଲାଣ କରାଯାଉଛି ଏବଂ ବଳକା ବସ୍ତାଗୁଡିକୁ ପରବର୍ତ୍ତୀ ସମୟରେ ·ଲାଣ କରାଯାଉଛି ।
 ପୁଲିସ ଆଖିରେ ଧୂଳି ଦେଇ ଅଥବା ସାଲିସ କରି ମାଫିଆମାନେ ବେପାରର ପସରା ମେଲାଇଛନ୍ତି । ସାଧାରଣ ଲୋକେ ପ୍ରତିବାଦ କଲେ ମାଫିଆମାନଙ୍କ ଆକ୍ରୋଶରେ ଆକ୍ରମଣର ଶିକାର ହେବା ନିସନେ୍ଦହ । ପୂର୍ବରୁ ଏହାକୁ ରୋକିବା ଲାଗି ବିଭିନ୍ନ ସମୟରେ ପ୍ରଶାସନିକ ଉଦ୍ୟମ ହୋଇଥିଲା ହେଲେ ଯଥା ପୂର୍ବ ପରଂ । ତଥାପି ଭଦ୍ରକ ଜିଲ୍ଲା ତିହିଡି ପୁାଲିସ ସଂପ୍ରତି ଏହାକୁ ରୋକିବା ଲାଗି ଉଦ୍ୟମ ଆରମ୍ଭ କରିଛି । ଧାମରା ବନ୍ଦର ଓ ଆରପିଏଫଙ୍କ ସହଯୋଗ କ୍ରମେ ରେଳପଥ ନିକଟରେ ପେକିଂ ହୋଇଥିବା କୋଇଲା ବସ୍ତାକୁ ଜବତ୍ କରିଛି । ଗୁରୁବାର ପୂର୍ବାହ୍ନରେ ନନ୍ଦପୁରରୁ ଜିଝାରପୁର ମଧ୍ୟରେ ୧୦୧୫ ବସ୍ତା କୋଇଲା ଜବତ୍ କରି ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ଠାରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଧାମରା ବନ୍ଦରର ସିକୁ୍ୟରିଟ୍ ଅଫିସର ଯୋଗେନ୍ଦ୍ର ବେହେରା ଓ ସନ୍ଦିପ୍ତ ପାଲ, ଆରପିଏଫ କର୍ମକର୍ତ୍ତା ଏବଂ ତିହିଡି ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ପ୍ରୟାସ ଜାରି ରହିଲେ ମାଫିଆମାନଙ୍କ ଦୌରାତ୍ମ୍ୟ ବନ୍ଦ ହୋଇ ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।