କମ୍ରେଡ଼ ଦିବାକର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି 

 କଟକ :  ଭାରତୀୟ କମୁ୍ୟନିଷ୍ଟ ପାର୍ଟି ସିପିଆଇ ଦଳର ପୂର୍ବତନ ରାଜ୍ୟ ସଂପାଦକ ଓ ଛାତ୍ରନେତା କମ୍ରେଡ଼ ଦିବାକର ନାୟକଙ୍କର ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କର ମରଶରୀରକୁ କଟକ କର୍ମଭୂମିକୁ ଅଣାଯାଇଥିଲା । ଓଏମପି ଛକରେ କଟକର ସିପିଆଇ ଓ ସିପିଆଇଏମ୍ କର୍ମୀ ନେତୃବୃନ୍ଦ ସେଠାରେ ପହଞ୍ଚô ପ୍ରୟାତ ନେତାଙ୍କ ମରଶରୀରରେ ଲାଲପତାକା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳିଅର୍ପଣ କରିଥିଲେ । ସେମାନଙ୍କ ମଧ୍ୟରେ ସିପିଆଇ କଟକ ଜିଲ୍ଲା ସଂପାଦକ ବିନୋଦ ବେହେରା, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଅମରେନ୍ଦୁ ମହାନ୍ତି, ଇସ୍କଫ ଜାତୀୟ ସଂପାଦକ ବିଜୟ ପଢ଼ିହାରୀ, ଏଆଇଟିୟୁସି ରାଜ୍ୟ ସଂପାଦକ କିଶୋର ଜେନା, ସିପିଆଇ ଏକ ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ, ନଗର ସଂପାଦକ ପ୍ରସନ୍ନ ମହାପାତ୍ର, ପ୍ରତାପ ମହାପାତ୍ର, ଭ୍ରବରବର ସାହୁ, ସଂଜୟ ପରିଜା, ଅଭୟ ସ୍ୱାଇଁ, ଅଶୋକ ଡା ସାନନ୍ଦ ସେଠୀ, ଚନ୍ଦ୍ରକାନ୍ତ ବେହେରା, ଗୋପାଳ ରାଉତ, ରିତୁକ ମହାନ୍ତି, ଭାଗ୍ୟଧର ନାୟକ, ଭଞ୍ଜ କିଶୋର ବେହେରା, ଘନଶ୍ୟାମ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।