ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ 

 ନବରଙ୍ଗପୁର :  ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ପୂଜ୍ୟପୂଜା, ସ୍ମୃତିଚାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ସ୍ଥାନୀୟ ସଦାଶିବ ପାର୍କ ଠାରେ ସ୍ଥାପିତ ଡ ସଦାଶିବ ତ୍ରୀପାଠୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ମୁଜ୍ଜିବୁଲା ଖାଁ ଏବଂ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଡ ସଦାଶିବ ତ୍ରୀପାଠୀଙ୍କ ଦାୟାଦ କେଦାରନାଥ ତ୍ରିପାଠୀ, ମୁନା ତ୍ରିପାଠୀ,ଜଗନ୍ନାଥ ମହାପାତ୍ର, ଡ ବିଜୟ ମିଶ୍ର ,ରାଧାନାଥ ବେହେରା,ବିଜୟ ଚୌଧୁରୀ , ସଂଗୀତା ତ୍ରିପାଠୀ,ପ୍ରଭାତୀ ତ୍ରିପାଠୀ, ଟିକିମା ତ୍ରିପାଠୀ ପ୍ରମୁଖ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ  ।  ପୌରପାଳିକା ସମ୍ମିଳନୀ ଗୃହରେ ଅନୁଷ୍ଠିତ ସ୍ମୃତି ଚାରଣସଭାରେ ମଞ୍ଚାସିନ ବିଶିଷ୍ଟ ଅତିଥି ରାଜ୍ୟସଭା ସାଂସଦ ମୂଜ୍ଜିବୁଲା ଖାଁ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଡ. ସଦାଶିବ ତ୍ରୀପାଠୀଙ୍କୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ନେତା,ଆଦର୍ଶବାଦୀ, ସାଧୁତା ଓ ସଚ୍ଚୋଟତାର ମୂର୍ତ୍ତିମନ୍ତ ପ୍ରତୀକ , ଜ୍ଞାନୀ, ଭୁସଂସ୍କାର ଆଇନର ସଫଳ ରୂପାୟନକର୍ତ୍ତା ରୂପେ ଅଭିହିତ କରି ନିଜ ଜୀବନରେ ତାଙ୍କର ଆଦର୍ଶ ଓ ଦର୍ଶନକୁ ପ୍ରତିଫଳିତ କରିବା ପାଇଁ ଆହ୍ୱାନ କରିଥିଲେ ।  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସଭାର ଆୟୋଜନ, ସଞ୍ଚାଳନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।