କର୍ପୋରେଟ କ୍ରିକେଟ୍ ଉଦ୍ୟାପିତ : ପିପିଏଲ୍ ଚାମ୍ପିଅନ

 ପାରାଦୀପ:  ପାରାଦୀପ ବନ୍ଦର ଅନ୍ୟ  ସଂସ୍ଥାଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ଓ ଏକ ସୌହାରଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବନ୍ଦରର ଗୋପବନ୍ଧୁ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ୍ରେ  ଆୟୋଜିତ ୪ର୍ଥ କର୍ପୋରେଟ କ୍ରିକେଟ ପ୍ରତିଯୋଗିତା ଉଦ୍ୟାପିତ ହୋଇଛି ।  ଫାଇନାଲ ମ୍ୟାଚ୍ରେ ପାରାଦୀପ ବନ୍ଦର ପିପିଏଲ୍କୁ ଭେଟିଥିଲା । ପ୍ରଥମେ ବ୍ୟାଟିଂ କରି ପାରାଦୀପ ବନ୍ଦର ନିର୍ଦ୍ଧାରିତ ୧୫ ଓଭରରେ  ୯ ୱିକେଟ ବିନିମୟରେ ୧୪୧ ରନ କରିଥିଲା । ପାରାଦୀପ ବନ୍ଦର ପକ୍ଷରୁ ବିନୟ ପାଇକରାୟ ୩୦ ବଲ ଖେଳି ସର୍ବାଧିକ ୫୨ ରନ କରିଥିଲେ  । ୧୪୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି  ପିପିଏଲ ୧୪.୫ ଓଭରରେ ୧୪୨ ରନ କରି ମ୍ୟାଚକୁ ୪ ୱିକେଟରେ ଜିତିଥିଲା । ପିପିଏଲ କର୍ପୋରେଟ କ୍ରିକେଟ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛି  । ଉଦ୍ୟାପନୀ ସନ୍ଧ୍ୟାରେ ଗୋପବନ୍ଧୁ କ୍ରୀଡ଼ା ସଂସଦର ସଭାପତି ଡିଏନ୍ ସୋନ୍ଧୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବନ୍ଦରର ଟ୍ରାଫିକ ପରାମର୍ଶଦାତା ଆଶିଷ ବୋଷ, ଆଇଓସିଏଲ କାର୍ଯ୍ୟକାରୀ ନିଦେ୍ର୍ଦଶକ କୌଶିକ ବସୁ, ଇଫକୋ ମୁଖ୍ୟ ପିକେ ମହାପାତ୍ର, ପିପିଏଲ ମୁଖ୍ୟ ପାଲାନି ସ୍ୱାମୀ, କମାଣ୍ଡାଣ୍ଟ ସିଆଇଏସ୍ଏଫ୍ ଅତିଥି ଭାବେ ଯୋଗଦାନ କରି ଇଣ୍ଟର୍ ଡିପାର୍ଟମେଣ୍ଟ କ୍ରିକେଟ ପ୍ରତିଯୋଗିତାର ବିଜେତା ଏବଂ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅତିଥିମାନେ ପ୍ରତିଯୋଗିତାର ବେଷ୍ଟ ବ୍ୟାଟ୍ସମ୍ୟାନ, ବୋଲର, ଫିଲ୍ଡର, ସର୍ବାଧିକ ରନ ସଂଗ୍ରହକାରି , ଛକା ମାରିଥିବା ଖେଳାଳି ମାନଙ୍କୁ ସମ୍ମାନିତ କରିଥିଲେ । ଗୋପବନ୍ଧୁ କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଦୁର୍ଗା ପ୍ରସାଦ ସେଠୀ, ସେକ୍ରେଟାରୀ ରଶ୍ମି ବେଉରା, ଫୁଟବଲ କୋଚ୍ ରବି ଦାସ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।