ସ୍କୁଲ ପରିଦର୍ଶନ କଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ
ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ଲକ୍ଷ୍ମୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଖଡିଆଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱୟ ଜୟଦେବ ପଣ୍ଡା, ଅମୁଲ୍ୟ ଦାଶ ଓ ସିଆରସିସି ଜଗଦୀପ ଦାସ ପରିଦର୍ଶନରେ ଆସିଥିଲେ । ମଧ୍ୟାହ୍ନ ଭୋଜନ, ଛାତ୍ରଛାତ୍ରୀ ଉପସ୍ଥାପନ ସହିତ ଶୈକ୍ଷିକ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଉପରେ ଇନଚାର୍ଜ ପ୍ରଧାନଶିକ୍ଷୟିତ୍ରୀ ଗିତାଞ୍ଜଳି ଚଳାନଙ୍କ ସହ ଆଲୋଚନା କରିଥିଲେ । ସ୍କୁଲ ପରିସର ଠିକ ଥିବାରୁ ଖୁସି ଅନୁବାଦ କରିଥିଲେ । ପରିଦର୍ଶନ ସମୟରେ ବରଗାଁ ସିଆରସିସି ଓମ ପ୍ରକାଶ ଦଣ୍ଡସେନା ମଧ୍ୟ ଉପସ୍ଥିତ ଥିଲେ ।