କେନାଲ ଜବର ଦଖଲ : ବଢ଼ୁଛି ଟ୍ରାଫିକ ସମସ୍ୟା
କାକଟପୁର: ଅସ୍ତରଙ୍ଗ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ସରକାରୀ ଜାଗା ଜବର ଦଖଲ, ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କ ଏକ ସଂକୀର୍ଣ୍ଣ ସ୍ଥାନରେ ରହିଥିବା ବେଳେ ଠିକ ତାର ବିପରୀତ ସ୍ଥାନରେ କିଛି ବେଆଇନ ବ୍ୟବସାୟ ଅନୁଷ୍ଠାନ ଗଢି ଉଠିଛି, ପ୍ରତ୍ୟେକ ଦିନ ସକାଳୁ ରାତ୍ର ପର୍ଯ୍ୟନ୍ତ ୫୦ରୁ ଊଦ୍ଧ୍ୱର୍ ବାଇକ ଏଭଳି ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି ଯାହା ନକହିଲେ ଭଲ । ରାଜସ୍ୱ ମନ୍ତ୍ରୀ ତୁରନ୍ତ ସରକାରୀ ସ୍ଥାନରୁ ଜବର ଦଖଲ ଉଛେଦ କରିବା ପାଇଁ ନିଦେ୍ର୍ଧଶ ଦେବା ପରେ ସ୍ଥାନୀୟ ରାଜସ୍ୱ ବିଭାଗ ଏଥି ପ୍ରତି ସଚେତନତା ହେଉନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି, ଫଳରେ ବ୍ୟାଙ୍କ ଆସୁଥିବା ଗ୍ରାହକ ପାର୍କିଂ କରିବାକୁ ସ୍ଥାନ ପାଉନାହାନ୍ତି, ଯେଉଁ କାରଣରୁ ରାସ୍ତା ଉପରେ ବାଇକ ଏଭଳି ଗଦା ହେଉଛି ଟ୍ରାଫିକ ସମସ୍ୟା ସହିତ ଯାତ୍ରୀମାନଙ୍କ ନିରାପତ୍ତା ବ୍ୟବସ୍ଥା ସଂକଟାପନ୍ନ ହୋଇଯାଇଛି, ଅନ୍ୟ ପଟେ ଉକ୍ତ ବ୍ୟବସାୟ ଅନୁଷ୍ଠାନମାନଙ୍କ ପଛ ପଟେ କେନାଲ ଏବେ ପୋତାଶୟ ପାଲଟି ଗଲାଣି, ଥର୍ମାଲ ପ୍ଲେଟ, ପ୍ଲାଷ୍ଟିକ, ଜରି ଆହୁରି ଅନେକ ବର୍ଜ୍ୟ ବସ୍ତୁ ଏଭଳି ଗଦା ହେଉଛି କେନାଲ ପୋତାଶୟ ହେବା ସହିତ ପରିବେଶ ପ୍ରଦୂଷଣ ମଧ୍ୟ ହେଉଛି, ମୃତ୍ତିକା ସଂରକ୍ଷଣ ଓ ଜୈବିକ ମୃତ୍ତିକା କୁ ପୁନଃ ଉଦ୍ଧାର କରିବାକୁ ଜାତୀୟ ବୈଜ୍ଞାନିକ ସଂସ୍ଥା ଉଦ୍ୟମ କରୁଥିବା ବେଳେ ଏହିଭଳି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଗଦା କରି ଆମ ଜୈବ ବିବିଧତାକୁ ନଷ୍ଟ ମଧ୍ୟ କରାଯାଉଛି, ବ୍ୟବସାୟ କରିବାକୁ କାହାକୁ ବିରୋଧ ନାହିଁ ମାତ୍ର ବ୍ୟବସାୟ ନାମ ରେ ସରକାରୀ ଆଇନ କୁ ଫୁ କରିବାକୁ କିପରି ଏମାନେ ଚେଷ୍ଟା କରୁଛନ୍ତି ତାହା ଏବେ ସନେ୍ଦହ ଘେରରେ, ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ଉଚିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।