ମା’ନେଙ୍କୁରୁଶୁଣୀଙ୍କ ବାର୍ଷିକୋତ୍ସବ


ପଣିକୋଇଲି: ପଥରପଦା ପଞ୍ଚାୟତର ଓଚିନ୍ଦା ରୋଡରେ ଥିବା ମା’ନେଙ୍କୁରୁଶୁଣୀ ପୀଠଠାରେ ମାଙ୍କ ବାର୍ଷିକୋତ୍ସବ ସହିତ ବାରୁଣୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସକାଳୁ ବିଧି ଅନୁଯାୟୀ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବା ସହ ସମୂହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଯଜ୍ଞ ସହିତ ନାମଯଜ୍ଞ ମଧ୍ୟ କରାଯାଇଥିଲା । ପୂଜକ ଭାବେ ପରମାନନ୍ଦ ଶତପଥି ଓ ପ୍ରଶନ୍ନ ପଣ୍ଡା ଯଜ୍ଞ କାର୍ଯ୍ୟ ଆରମ୍ଭ କରିଥିଲେ । ଶଶିଭୂଷଣ ସେନାପତି ସସ୍ତ୍ରୀକ ଯଜ୍ଞରକର୍ତ୍ତା ଭାବେ ଯୋଗଦେଇଥିବା ବେଳେ ମାଙ୍କ କୃପାରୁ ଯଥାବିଥି ପୂଜାର୍ଚ୍ଚନା କରାଯାଇଥିଲା । ମାଙ୍କ ପ୍ରତ୍ୟକ ଦିନର ସେବକ ନେଙ୍କୁରୀ ମାଝୀ କାର୍ଯ୍ୟକ୍ରମରେ ସମସ୍ତ ସହଯୋଗ କରିଥିଲେ । କମିଟି ପକ୍ଷରୁ ଉସôବ ମହାରାଣା, ସତ୍ୟାନନ୍ଦ ମହାରଣା, ଦୀପକ ବେହେରା, କୁଳମଣି ଦାସ, ନରୋତମ ସାମଲ, ସୁକାନ୍ତ ପ୍ରଧାନ, ସୋମନାଥ ନାୟକ, ବିଶ୍ୱଜିତ ମହାନ୍ତି, ଶୋଭିନ ପରିଡା, ମନୋଜ ବେହେରା, ସନ୍ତୋଷ ପାତ୍ର, ସରୋଜ ଶତପଥି, ଭାସ୍କର ସାହୁ, ନରୋତମ ସାମଲ, ବ୍ରହ୍ମାନନ୍ଦ ସାହୁ, ମାୟାଧର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସହଯୋଗ କରିଥିଲେ ।