ଛନ୍ଦାମୁଣ୍ଡକୁ ନୂତନ ପଞ୍ଚାୟତ ଦାବି
ବିଞ୍ଝାରପୁର: ଏହି ବ୍ଲକ୍ର ବାଙ୍ଗରା ପଞ୍ଚାୟତର ରାଜସ୍ୱ ଗ୍ରାମ ଛନ୍ଦାମୁଣ୍ଡକୁ ନୂତନ ପଞ୍ଚାୟତ ଭାବେ ସରକାରଙ୍କ ନୂତନ କରି ଗଠନ ହେବାକୁ ଥିବା ପଞ୍ଚାୟତ ପୁନଃର୍ଗଠନ କାର୍ଯକ୍ରମରେ ସାମିଲ କରିବା ପାଇଁ ଗ୍ରାମବାସୀ ଯାଜପୁର ସାଂସଦଙ୍କୁ ଏକ ଦାବି ପ୍ରଦାନ କରିଛନ୍ତି । ପାଖାପାଖି ବାଙ୍ଗରା ପଞ୍ଚାୟତରେ ସାଢ଼େ ପାଞ୍ଚ ହାଜରରୁ ଉର୍ଦ୍ଧ୍ ଭୋଟର ଥିବା ବେଳେ ଚାରିଗୋଟି ରାଜସ୍ୱ ଗ୍ରାମ ରହିଛି । ତେବେ ଏହା ଭିତରେ ରାଜସ୍ୱ ଗ୍ରାମ ଛନ୍ଦାମୁଣ୍ଡ ଗ୍ରାମଟିରେ ପାଖାପାଖି ପଚିଶ ଶହରୁ ଉର୍ଦ୍ଧ ଭୋଟର ରହିଛନ୍ତି । ନୂତନ ଭୋଟର ତାଲିକା ସଂଶୋଧନ କରାଗଲା ପାଖାପାଖି ଆଉ ପାଞ୍ଚ ଶହରୁ ଉର୍ଦ୍ଧ ଭୋଟର ଯୋଡ଼ି ହୋଇ ଯିବେ । ତେବେ ବଡ ଗାଁ ଆଉ ଅଧିକ ଭୋଟର ଥିବା ହେତୁ ଉକ୍ତ ରାଜସ୍ୱ ଗ୍ରାମ ଛନ୍ଦାମୁଣ୍ଡକୁ ସରକାରଙ୍କ ନୂତନ ପଞ୍ଚାୟତ ଗଠନରେ ସାମିଲ କରିବାକୁ ଗାଁ ର ଜିତେନ୍ଦ୍ର ବରାଳ, ସଦାନନ୍ଦ ଦାସ, ଦିନେଶ କୁମାର ମଲ୍ଲିକ, ବ୍ରହ୍ମାନନ୍ଦ ପାତ୍ର, ଦେବେନ୍ଦ୍ର କୁମାର ବିଶ୍ୱାଳ, ଭାସ୍କର ଦାସ, ଆର୍ତବଲ୍ଲଭ ଦାସ, ସୌମ୍ୟରଞ୍ଜନ ନନ୍ଦଙ୍କ ସମେତ ପାଖା ପାଖି ଶତାଧିକ ଲୋକ ଯାଜପୁର ସାଂସଦଙ୍କୁ ଭେଟି ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
