କଳିଙ୍ଗ ବାଲିଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ 

 ପାରାଦୀପ : ପାରାଦୀପର ଦ୍ୱିତୀୟ ପ୍ରସିଦ୍ଧ ଗଣପର୍ବ  "କଳିଙ୍ଗ ବାଲିଯାତ୍ରା ମହୋସôବ -୨୦୨୫'  ନିମନ୍ତେ ଗୁରୁବାର ଅପରାହ୍ନରେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି  । ଜଗତସିଂହପୁର ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ଉକ୍ତ ବୈଠକରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ଏହି ମହୋସôବ କୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭବ୍ୟ,ସରସ,ସୁନ୍ଦର୍ କରିବା ପାଇଁ  ସ୍ଥାନୀୟ ଶିଳ୍ପ  ସନ୍ଥ । ମାନଙ୍କ ସମେତ ଜନ ସାଧାରଣ ସହଯୋଗ,ସମର୍ଥନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପୌରାଧ୍ୟାକ୍ଷ ବସନ୍ତ ବିଶ୍ୱାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ମହାପାତ୍ର ଙ୍କ ସମେତ ପାରାଦୀପ ବନ୍ଦର, ଇଫକୋ, ପିପିଏଲ ଆଇଓସିଏଲ, ଜେଏସଡବ୍ଲୁ ଆଦି ପାରାଦୀପର ସମସ୍ତ କମ୍ପାନୀ ଅଧିକାରୀ, ବାଲିଯାତ୍ରା କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି  ନିଜ ନିଜର ମତବ୍ୟକ୍ତ କରିଥିଲେ  । ଚଳିତ ବର୍ଷ ନଭେମ୍ବର ୪ ତାରିଖରୁ  ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ  ସାତ୍ ଦିନ ବ୍ୟାପି ଏହି କଳିଙ୍ଗ ବାଲିଯାତ୍ରା ମହୋସôବ ଅନୁଷ୍ଠିତ ହେବ  । ଉକ୍ତ ବୈଠକରେ  ସ୍ଥାନୀୟ ବହୁ ବୁଦ୍ଧିଜୀବୀ,ସଚେତନ ନାଗରିକ,ବାଲିଯାତ୍ରା  କମିଟିର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ଓ  ଶିଳ୍ପାନୁଷ୍ଠାନର ପ୍ରତିନିଧି ମାନେ ଉପସ୍ଥିତ ଥିଲେ  ।