ଖୋଲିଲା ଧାନମଣ୍ଡି
କଣ୍ଟାପଡା: କଣ୍ଟାପଡା ବ୍ଲକ୍ ଅନ୍ତର୍ଗତ ଉତ୍ତାରଣ ସେବା ସମବାୟ ସମିତିର ସଭାପତି ଧର୍ମବୀର କାନୁନ୍ଗୋଙ୍କ ଦ୍ୱାରା ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ କଣ୍ଟାପଡା ତହସିଲ୍ଦାର୍ ପ୍ରସନ୍ନ କୁମାର ସାମନ୍ତରାଏ, ବିଡିଓ ସ୍ୱପ୍ନିତା ନାୟ, କୃଷି ବିଭାଗ ଭିଏଡବ୍ଲୁ ଲିଲିମା ବାଡ, ସମ୍ପାଦକ ଆର୍ତ୍ତତ୍ରାଣ ବିଶ୍ୱାଳ, ଡିଓ ବିଶ୍ୱଜିତ୍ ସ୍ୱାଇଁ, ଉପସଭାପତି ଟୁନି ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ସାତ ଜଣ ଚାଷୀଙ୍କ ଠାରୁ ତିନି ଶହ ପଚାଶ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯାଇଥିଲା । ଚାଷୀମାନେ ହେଲେ ସନାତନ ବାରିକ, ଆଲୋକ ବରାଳ, ସଞ୍ଜିତ ଦାସ, ତୋଫାନ ସ୍ୱାଇଁ, ଅଶ୍ୱିନି ସ୍ୱାଇଁ, ବଂଶୀଧର ବେହେରା, ପ୍ରକାଶ ମହାପାତ୍ର ଓ କାନାଡା ବ୍ୟାଙ୍କ୍ ମ୍ୟାନେଜର୍ ତନ୍ମୟ ପଟ୍ଟନାୟକ ଉପସ୍ଥିତ ରହିଥିଲେ ।