କାଚେରାସାହି-ଖଣ୍ଡପଡ଼ା ରାସ୍ତା ପ୍ରଶସ୍ତିକରଣ ଦାବି
ଖଣ୍ଡପଡ଼ା : ଖଣ୍ଡପଡାରୁଭାପୁରକୁ ସଂଯୋଗ କରୁଥିବା ରାସ୍ତାରକାଚେରାସାହି ଛକରୁ ବନମାଳୀପୁର ଗ୍ରାମ ଓ କୁସୁମୀ ସେତୁ ଦେଇ ଖଣ୍ଡପଡ଼ାକୁ ସଂଯୋଗକରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାର ପ୍ରଶସ୍ତିକରଣ ସହ ଉନ୍ନତିକରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରୁ ଦିର୍ଘମାସ ହେଲା ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହୋଇଛି । ଉକ୍ତଅଣଓସାରିଆ ରାସ୍ତା ଦେଇ ଦୈନିକ ଶହଶହ ଯାନବାହନ ଚଳା ଚଳ କରୁଛି । କୁସୁମୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ହେବା ପରେ ସେହି ରାସ୍ତା ଦେଇ ଖଣ୍ଡପଡା ସହର ଓ ଖଳିସାହି ଦେଇ ଦଶପଲ୍ଲା ଓ କଣ୍ଟିଲୋ ଅଞ୍ଚଳକୁ ସଡକ ପଥରେ ଗମନାଗମନର ସୁଯୋଗ ସୃଷ୍ଟି ହୋଇଛି । ଦୂରତ୍ୱ କମ୍ ଦୃଷ୍ଟିରୁ ଯାନବାହନ ଗୁଡିକ ବନମାଳୀପୁର, ପଥୁରିଆ ଗ୍ରାମଦେଇ କୁସୁମୀ ସେତୁକୁ ଯାତାୟତ କରୁଥିବା ବେଳେ, ଅଣଓସାରିଆ ରାସ୍ତା ଯୋଗୁଁ ଭାରିଯାନ ଗୁଡିକ ସେହି ରାସ୍ତା ଦେଇ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ବନମାଳୀପୁର ସେତୁକୁ ସଂଯୋଗକରୁଥିବା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଦୃଷ୍ଟି ଦେବାକୁ ଦାବି ହେଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ବରିଷ୍ଠ ଯନ୍ତ୍ରୀ ଇଂ. ରାଜକିଶୋର ନାୟକଙ୍କୁ ପଚାରିବାରେ ଉକ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତକରାଯାଇଥିବାନେଇ ସୂଚନା ଦେଇଛନ୍ତି ।