କାବ୍ୟ ରଞ୍ଜନ ମାଝୀଙ୍କୁ ସମ୍ବର୍ଦ୍ଧନା
ବନ୍ତ : ବନ୍ତ ବ୍ଲକ ନିଳୋକ ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ତଥା ଚଳିତ ବର୍ଷ ସି.ବି.ଏସ୍.ଇ ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା କାବ୍ୟ ରଞ୍ଜନ ମାଝୀଙ୍କୁ ଆଜି ଭଦ୍ରକ ଜିଲ୍ଲାର ଅଗ୍ରଣୀ ସେବା ସଂଗଠନ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ତାଙ୍କ ବାସଭବନରେ ଭେଟି ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦେଇଥିଲେ । ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ କୌଣସି ପ୍ରକାରର ସାହାଯ୍ୟ ସହଯୋଗ ପଡିଲେ ସାହାଯ୍ୟର ହାତ ବଢାଇବା ପାଇଁ ପ୍ରତିଶୃତି ଦେଲେ । ଆଗାମୀ ଦିନରେ ଜଣେ ଭଲ ଅଫିସର ହୋଇ ଦେଶ ରାଜ୍ୟର ଟେକରଖୁ ବୋଲି ଉତ୍ତରତ୍ତୋର ଭଗବାନ ନିକଟରେ କାମନା କଲେ ସେବା ସଂଗଠନ ବିଶ୍ୱାସ ଫାଉଣ୍ଡେସନ । ସଂଗଠନ ସଭାପତି ଜିତେନ୍ଦ୍ର ଜେନା, ସମ୍ପାଦକ ସୁକାନ୍ତ ବେହେରା, ଅକ୍ଷୟ ଗିରି, ରତନ ମିଶ୍ର, ନୀଲେଶ ବାରିକ, ବିଜୟ କୁମାର ନାୟକ, ନାରାୟଣ ପରିଡ଼ା, ବ୍ରଜମୋହନ ରାଉତ, ମନୁଆ ପତି, ସମେତ ବିଶ୍ୱାସ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।