କାର୍ଗିଲ ବିଜୟ ଦିବସ ପାଳିତ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଶିବରାମ ନାୟକ ଛାତ୍ରଛାତ୍ରୀଙ୍କୁ କାର୍ଗିଲ ବିଜୟ ଦିବସ ଉପରେ ଉଦ୍ବୋଧନ ଦେବା ସହ ମା’, ମାଟି ମାତୃଭାଷା ସ୍ୱର୍ଗ ଠାରୁ ବଡ ଓ ପ୍ରତ୍ୟକ ଛାତ୍ରଛାତ୍ରୀ ଦେଶଭକ୍ତି ଓ ରାଷ୍ଟ୍ର ଗଠନରେ ଯୋଗଦାନ ନିତାନ୍ତ ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ । ଦେଶ ପାଇଁ ଅଦମ୍ୟ ସାହସ ଓ ଦୃଢ଼ ସଂକଳ୍ପ ସହିତ କାରଗିଲ ଯୁଦ୍ଧରେ ଲଢ଼ି ସହିଦ ହୋଇଥିବା ଭାରତ ମାତାର ବୀର ସେନାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସଭା ଆରମ୍ଭ ହୋଇଥିଲା । ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ । ଶେଷରେ ଶିକ୍ଷକ ପବିତ୍ର ମହାନନ୍ଦ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ସରିତା ବାଗେଲ, ପ୍ରିୟଙ୍କା ମହାରଣା, ଧନମନ୍ତ ବେମାଲ, ଦୁଲେଶ୍ୱର ଶବର ଓ ବୃଷଭ ଦାଶ ପ୍ରମୁଖ ସହଯୋଗ କରିଥିଲେ ।