ଜ୍ୟୋତି ଫେଲୋସିପ୍ ପରୀକ୍ଷା , ଭାଗନେଲେ ୧୨ଶହ ଛାତ୍ରଛାତ୍ରୀ
ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: ଟାଟାଷ୍ଟିଲ ଫାଉଣ୍ଡେସନ ଜ୍ୟୋତି ଫେଲୋସିପ୍ ପରୀକ୍ଷାକୁ ସଫଳତାର ସହ ଆୟୋଜନ କରିଛି । ଯେଉଁଥିରେ ଆର୍ଥôକ ଦୃଷ୍ଟିରୁ ପଛୁଆ ଅନୁସୂଚିତଜାତି ଏବଂ ଅନୁସୂଚିତ ଜନଜାତି ପରିବାରର ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ମେଧା ଭିତ୍ତିକ ବୃତ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇଛନ୍ତି । ଯାଜପୁର ଜିଲା ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୫ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷା ଓ କ୍ୟାରିୟର ଆକାଂକ୍ଷା ପୂରଣ ପାଇଁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଜ୍ୟୋତି ଫେଲୋସିପ୍ କାର୍ଯ୍ୟକ୍ରମ ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥôକ ସହାୟତା ପ୍ରଦାନ ଉପରେ ଗୁରୁତ୍ତ୍ୱ ପ୍ରଦାନ କରିଆସୁଛି । ଏଥିରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ୫୦ଟି ବିଦ୍ୟାଳୟ ଓ ୧୨ଟି ମହାବିଦ୍ୟାଳୟର ପ୍ରଥମ ବର୍ଷସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀ ଭାଗନେଇଥିଲେ । ଗତବର୍ଷ ୧୨୮୧ ଜଣ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।