ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

 କପ୍ତିପଦା :  କପ୍ତିପଦା  ବ୍ଲକ ଅଧିନସ୍ଥ ପେଡାଗଡି ଗ୍ରାମପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଠପୁରା ଠାରେ ସହକାରୀ ଶିକ୍ଷକଭାବେ ଦୀର୍ଘବର୍ଷରୁ କାର୍ଯ୍ୟ କରିଆସୁଥିବା ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ବେହେରାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି  । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ଉସôବରେ ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ ନାଏକ ସଭାପତିତ୍ୱ କରିଥିଲେ  । ଅତିଥିଭାବେ ପୂର୍ବତନ ଚେୟାରମ୍ୟାନ ଦ୍ୱୟ ରନôାକର ନାଏକ ଓ କାଶାରାୟ ମୁର୍ମୁ ପ୍ରମୁଖ ଯୋଗ ଦେଇ ବିଦାୟ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ  । ବିଦ୍ୟାଳୟର ସହକାରୀ ଶିକ୍ଷକ ବିକ୍ରମ ମୁର୍ମୁ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ପ୍ରଧାନଶିକ୍ଷକ ଶ୍ରୀ ଶତପଥି ବିଦାୟ ଶିକ୍ଷକ ମାନସ ରଞ୍ଜନଙ୍କ ସୁସ୍ଥ ନିରୋଗ ଜୀବନ କାମନା କରିଥିଲେ  ।