ଜଳଛତ୍ର ଉଦ୍ଘାଟିତ
ବୈଶିଙ୍ଗା: ପ୍ରବଳ ଖରା ଓ ଗରମ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ଦୃଷ୍ଟିରୁ ସାଧାରଣ ଜନତା, ପଥିକ, ଯାନ ବାହାନରେ ଯିବା ଆସିବା କରୁଥିବା ଜନତାଙ୍କ ସାମାନ୍ୟ ଶୋଷ ମେଣ୍ଟାଇବା ନିମନ୍ତେ ଉକ୍ରୃଷ୍ଟ ଥଣ୍ଡା ସରବତ ଓ ଦହି ସରବତ ପ୍ରଦାନ କରିବା ନିମନ୍ତେ ବୈଶିଙ୍ଗା ଥାନା ସମ୍ମୁଖରେ ଥାନା ପକ୍ଷରୁ ଏକ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି । ବରିଷ୍ଠ ନାଗରିକ ସଂଘର ବର୍ଷିଆନ ନାଗରିକ ପରମାଣିକ ଫିତା କାଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ନାଗରିକ, ଆମ ପୁଲିସ ସମିତି ସଦସ୍ୟ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବୈଶିଙ୍ଗା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଦହି ସରବତ ବଣ୍ଟନ କରିଥିଲେ ।