ସେବାଶ୍ରମ ବିଦ୍ୟାଳୟରେ ଛାତ୍ର ମୃତୁ୍ୟ ଘଟଣା : ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତଦନ୍ତ
ଦଶରଥପୁର : ଦଶରଥପୁର ବ୍ଲକ ଜୟନ୍ତରା ସେବାଶ୍ରମ ବିଦ୍ୟାଳୟରେ ଗତକାଲି ଜଣେ ଅସୁସ୍ଥ ଛାତ୍ରକୁ ଡାକ୍ତର ମୃତୁ୍ୟ ଘୋଷଣା କରିବା ଏବଂ ଅନ୍ୟ ଜଣେ ଛାତ୍ର ଗୁରୁତର ଅସୁସ୍ଥ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଚିକିସôାଧୀନ ଥିବା ଘଟଣାକୁ ନେଇ ଆଜି ଜିଲ୍ଲପାଳ ଅମ୍ବର କୁମାର କରଙ୍କ ନିଦେ୍ର୍ଦଶକ୍ରମେ ସେବାଶ୍ରମର ମୋଟ ୧୯୯ ଅନ୍ତେବାସୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଛାତ୍ରମାନଙ୍କୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା । ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ମଲ୍ଲିକଙ୍କ ପ୍ରତ୍ତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳପୁର ସିଏଚସି ସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ଅମ୍ରିତା ପ୍ରୀତମ ମଲ୍ଲ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଯୋଜନାରେ କାର୍ଯ୍ୟରତ ଡାକ୍ତର ଦେବଯାନୀ ପତି, ଡାକ୍ତର ସୁଶାନ୍ତ ଦାସଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଓ ଟେକ୍ନିସିଆନ ସେବାଶ୍ରମରେ ପହଂଚି ଅବଶିଷ୍ଟ ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ସମୟରେ ସେବାଶ୍ରମର ପ୍ରାୟ ୫୦ରୁ ଅଧିକ ଛାତ୍ରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ଜଣାପଡିଥିଲା । କିଛି ଛାତ୍ର ଥଣ୍ଡା, ଶର୍ଦ୍ଦିି,ଜ୍ୱର ଜନିତ ରୋଗ ସମସ୍ୟାରେ ପୀଡିତ ରହିଥିବା ଜଣାପଡିଥିଲା । ମୁଖ୍ୟତଃ ସେବାଶ୍ରମର ପାନୀୟଜଳ ବ୍ୟବସ୍ଥା ଓ ସ୍ୱଛତା ଉପରେ ସ୍ୱାସ୍ଥ୍ୟ ବିଭାଗ ବିରକ୍ତି ପ୍ରକାଶ କରିଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଯୁଧିଷ୍ଠିର ନାୟକ, ବିଡ଼ିଓ ଆକାଶ ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ସେବାଶ୍ରମରେ ପହଂଚି ୩୦ ରୁ ଅଧିକ ଛାତ୍ରଙ୍କ ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟ ପରିଚାଳନା, ପାନୀୟ ବ୍ୟବସ୍ଥା ଉପରେ ତନାଘନା କରିବା ସହିତ ସେବାଶ୍ରମର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରିଥିଲେ । ଏହି ସମୟରେ ମୃତ ୧ମ ଶ୍ରେଣୀ ଛାତ୍ର ବୁଦ୍ଧିରାମ ପୂର୍ତ୍ତି ଗତ ଗୁରୁବାର ଠାରୁ ଜ୍ୱର ଏବଂ ପେଟ ଜନିତ ସମସ୍ୟାରେ ପୀଡିତ ଥିବା ସତ୍ତ୍ୱେ ତାକୁ ଆବଶ୍ୟକ ଚିକିସôା ଯୋଗାଇ ଦେବା ପରିବର୍ତ୍ତେ ଅବହେଳା କରାଯାଇଥିବା କିଛି କୁନି କୁନି ସହପାଠୀ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିଲେ । ମାତ୍ର ସେବାଶ୍ରମର ମୁଖ୍ୟ ତଥା ପ୍ରଧାନ ଶିକ୍ଷକ ଦଶରଥ ଜେନା ଏସବୁର ଉତ୍ତର ରଖିବା ପରିବର୍ତ୍ତେ ତଦନ୍ତ ସମୟରେ ଅନୁପସ୍ଥିତ ରହିବାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଓ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ । ଅପରପକ୍ଷେ ଆଜି ସନ୍ଧ୍ୟାରେ ମୃତ ଛାତ୍ର ବୁଦ୍ଧିରାମ ପୂର୍ତ୍ତିର ଶବ ବ୍ୟବଛେଦ ପକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ଖୁବ ଶୀଘ୍ର କେଉଁ କାରଣରୁ ଛାତ୍ରଙ୍କ ମୃତୁ୍ୟ ହେଲା ତାହା ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରମେଶ ମଲ୍ଲିକ ସୂଚନା ଦେଇଛନ୍ତି ।