କୁମ୍ଭନିଦ୍ରାରେ ଗ୍ରାମ୍ୟ ଉନ୍ନୟନ ବିଭାଗ: ପୂର୍ଣ୍ଣାଙ୍ଗ ହୋଇପାରୁନି ଚିଙ୍ଗୁଡ଼ିଆ ସେତୁ

ବରୀ: ଭାଙ୍ଗୁନି ଗ୍ରାମ୍ୟ ଉନ୍ନୟନ ବିଭାଗର କୁମ୍ଭନିଦ୍ରା । ବିଭାଗର କୁମ୍ଭନିଦ୍ରା କାରଣରୁ ୩୪ବର୍ଷ ତଳୁ ଆରମ୍ଭ ହୋଇଥିବା ଚିଙ୍ଗୁଡ଼ିଆ ସେତୁ ପୂର୍ଣ୍ଣାଙ୍ଗ ହୋଇପାରୁନି । ଯାହାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । ତଥାପି ଗ୍ରାମ୍ୟ ଉନ୍ନୟନ ବିଭାଗର ନିଦ ଭାଙ୍ଗୁନି । ଯାଜପୁର ଗ୍ରାମ୍ୟଉନ୍ନୟନ ବିଭାଗର ବରୀ-ବିଞ୍ଝାରପୁର ରାସ୍ତାଟି ବରୀ ଓ ବିଞ୍ଝାରପୁର ବ୍ଲକର ଏକ ନିତିଦିନିଆ ଓ ସ୍ୱଳ୍ପ ବ୍ୟବଧାନକାରୀ ରାସ୍ତାଅଟେ । 
୧୯୯୦-୯୧ମସିହାରୁ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକସ୍ତା ହେଇ ଏଯାବତ ପୂର୍ଣ୍ଣାଙ୍ଗ କରାଯାଇ ପାରୁନାହଁ । ବରୀ ପଟର ବାଳୁଙ୍ଗା ପାଟ ଓ ନୂଆନଈ ନାଳ ଉପରେ ସ୍ଥାୟୀ ପୋଲ ପୂର୍ଣ୍ଣଙ୍ଗ ହେଇଥିଲେ ମଧ୍ୟ ବାଳୁଙ୍ଗା ପାଟ ପୋଲ ଠାରୁ ରତଲାଙ୍ଗ ଚିଙ୍ଗୁଡିଆ ନାଳ ଉପରେ ଦେଢ କିଲୋମିଟର ରାସ୍ତା ପୂର୍ଣ୍ଣାଙ୍ଗ ନକରିବାରୁ ଲୋକେ ବିପଦପୁର୍ଣ୍ଣ ଭାବେ ଗ୍ରାମ୍ୟ ରାସ୍ତାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘ ଦିନ ହେଲା ଚିଙ୍ଗୁଡିଆ ନାଳ ଉପରେ ପ୍ରସ୍ତାବିତ ପୋଲଟି ଅଧାପନ୍ତୁରିଆ ଥିବାରୁ ଜନସାଧାରଣ ସହିତ ତଥା ଶହଶହ ଦୁଇ ଚକିଆ ଯାନ ଭୁଟୁଭୁଟୁରେ ପାର ହେଉଛନ୍ତି । ଏହା ବର୍ଷର ୬ମାସ ଦେଖିବାକୁ ମିଳେ । ସେହିସ୍ଥାନରେ ଘାଟିଆ ମାନେ ଏକ ଆସ୍ଥାୟୀ ବାଉଁଶଚାରା ସେତୁ ତିଆରି କରି ଲୋକଙ୍କ ଠାରୁ ମାହସୁଲ ଆଦାୟ କରିଥାନ୍ତି । ଏସମ୍ପର୍କ ଅଞ୍ଚଳର ବହୁ ଜନସାଧାରଣ ଦାବି କରୁଥିବା ବେଳେ, ରାସ୍ତାର ଉନ୍ନତିକରଣ କରାଯାଉନାହିଁ । ଚାଷୀମାନେ କ୍ଷେତରୁ ଅମଳ କରି ଆଣିବା ଲାଗି ହଇରାଣ ହେଉଛନ୍ତି । ପୂର୍ବ ସରକାର ଓ ବର୍ତମାନର ଜନପ୍ରତିନିଧି ସବୁଦେଖି ନିରବ ରହୁଛନ୍ତି । ପୋଲକୁ ନେଇ ପାଖଆଖ ଗ୍ରାମର ଜନସାଧାରଣ ମଧ୍ୟରେ ଘୋର ଅସନ୍ତୋଷ ଦାନା ବାଧୁଛି । ଆଗାମୀ ଦିନରେ ଉକ୍ତ ପୋଲ ଓ ରାସ୍ତା ନିମନ୍ତେ ଆନେ୍ଦାଳନ ପନ୍ଥା ଗ୍ରହଣ କରାଯିବ ବୋଲି ବରୀ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାମଲ, ପ୍ରକାଶ ସାମଲ, ଆତୁଳ ମଲ୍ଲିକ, ସତ୍ୟପ୍ରକାଶ ସାମଲ, ବସନ୍ତ ସାମଲ, ବ୍ୟାମକେଶ ରାୟ, ନାରାୟଣ ରାୟ, ପ୍ରଶାନ୍ତ ରାୟ ପ୍ରମୁଖ ଦୃଢ ଦାବି କରିଛନ୍ତି ।