କୁମ୍ଭମେଳାରୁ ଫେରିବା ବାଟରେ  ମୃତୁ୍ୟ

 ରାଜକନିକା: ବୁଡ ପକାଇବା ପାଇଁ ସ୍ୱମୀ ସ୍ତୀ ପ୍ରୟାଗରାଜ ଯାଇଥିଲେ । ହେଲେ କହି କଣ ଜାଣିଥିଲେ ଏମିତି ହେବ ବୋଲି । ସେ ଏପରି ଏକ ଘଟଣା ଘଟିଛି ରାଜକନିକା ବ୍ଲକ ତରାସ ଗାଁର ଦିଗମ୍ବର ନାୟକ (୫୭) ମହା କୁମ୍ଭମେଳାରୁ ଫେରିବା ବାଟରେ ଗାଡି ଦୁର୍ଘଟଣାରେ ତାଙ୍କ ମୃତୁ୍ୟ ହୋଇଛି । ତାଙ୍କ ଧର୍ମ ପତ୍ନୀଙ୍କ ସହିତ ପ୍ରୟାଗରାଜ ମହା କୁମ୍ଭମେଳା ତ୍ରିର୍ଥ ପରେ ଫେଇବା ବାଟରେ ବାରଣାସୀରୁ ୧୦୦କିଲୋମିଟର ଦୂରରେ ଗାଡ଼ି ରଖି ରାସ୍ତା ପାରିହୋଇ ହୋଟେଲକୁ ଖାଇବାକୁ ଯାଉଥିବା ସମୟରେ ତାଙ୍କୁ ପଛପଟୁ ଏକ ଗାଡି ଧକ୍କା ଦେବା ଫଳରେ ଘଟଣାସ୍ତଳରେ ତାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କ ଧର୍ମ ପତ୍ନୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ତେବେ ତାଙ୍କ ଅକାଳ ମୃତୁ୍ୟରେ ରାଜକନିକା ଓ ତରାସ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।