କୃତଜ୍ଞତାର ପ୍ରସାଦ: ଆଦାନୀ ଗ୍ରୁପ୍ର ସେବା ପୁରୀର ନୀରବ ରକ୍ଷକଙ୍କୁ ପୋଷଣ କରିଛି
ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀଙ୍କ ‘ସେବା ହିଁ ସାଧନା’ର ଉତ୍ସାହକୁ ଅନୁସରଣ କରି, ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ନିରାପଦ ଓ ନିର୍ବିଘ୍ନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ହଜାର ହଜାର ସୁରକ୍ଷା କର୍ମୀ ଓ ସରକାରୀ କର୍ମଚାରୀଙ୍କୁ ଅନ୍ନ ସେବା ପ୍ରଦାନ ପାଇଁ ଇସ୍କନ ସହ ଆଦାନୀ ଗ୍ରୁପ୍ ହାତ ମିଳାଇଛି ।
ଓଡ଼ିଶା ଉପକୂଳର ପ୍ରାଚୀନ ସହର ପୁରୀରେ ଐତିହାସିକ ରଥଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଏକତ୍ରିତ ହେଉଥିବାବେଳେ, ପ୍ରଚ୍ଛଦପଟ୍ଟରେ ଏକ ଗଭୀର ମାନବତାର କାହାଣୀ ପ୍ରତିଫଳିତ ହୋଇଥାଏ । ଆଦାନୀ ଗ୍ରୁପ୍ର ସହଯୋଗରେ ଇସ୍କନ (ଇଣ୍ଟରନାସନାଲ ସୋସାଇଟ୍ ଫର କ୍ରୀଷ୍ଣା କନସସନେସ)ର ରୋଷଶାଳାରେ, ଭିଆଇପି କିମ୍ବା ଯାତ୍ରୀଙ୍କୁ ନୁହେଁ, ବରଂ ନଅଦିନର ଯାତ୍ରାକୁ ନିରାପଦ କରିବା ପାଇଁ ଅହରହ କାର୍ଯ୍ୟରତ ପୁରୁଷ ଓ ମହିଳାଙ୍କୁ ଗରମ ଗରମ ଡାଲମା, ମହକୁଥିବା ଅନ୍ନ, ରାଗ ଟମାଟ ଚଟଣୀ, ଉଷୁମ ଉଷୁମ ଗୋଲାପ ଜାମୁ ପରଷାଯାଏ ।
ସେମାନଙ୍କ ମଧ୍ୟରେ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ (ଓଏସଏଏଫ), ଇଣ୍ଡିଆନ୍ ରିଜର୍ଭ ବାଟେଲିଆନ୍ (ଆଇଆରବି), ଓଡ଼ିଶା ସ୍ପେଶିଆଲ୍ ଆର୍ମଡ଼ ପୋଲିସ୍ (ଓଏସଏପି), ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଗଠିତ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ଏସଏସଏମଏସଭି)ର କର୍ମଚାରୀମାନେ ଅଛନ୍ତି ।
ଏକ ନିଆରା ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ; ଆଦାନୀ ଗ୍ରୁପ୍ ଏବଂ ଇସ୍କନ ସେମାନଙ୍କ ରୋଷଶାଳା ଭକ୍ତମାନଙ୍କ ପାଇଁ ଖୋଲିନାହାନ୍ତି ବରଂ ଯେଉଁମାନେ ନୀରବରେ ସେମାନଙ୍କ କାର୍ଯ୍ୟନିର୍ବାହ କରୁଛନ୍ତି ସେମାନଙ୍କ ପାଇଁ ଖୋଲାଯାଇଛି । ୨୪ ଘଣ୍ଟିଆ କର୍ତ୍ତବ୍ୟରତ ସୁରକ୍ଷା କର୍ମଚାରୀ, ଇଷ୍ଟକୋଷ୍ଟ ରେଳବାଇର କର୍ମଚାରୀ, ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ଭକ୍ତି ଓ କୃତଜ୍ଞତା ସ୍ୱରୂପ ଭାବେ ପ୍ରସ୍ତୁତ ପବିତ୍ର ପ୍ରସାଦ ପରଷାଯାଉଛି ।
ଏସଏସଏମଏସଭିର ଜଣେ କର୍ମଚାରୀ ପ୍ରସାଦ ସେବନ ବେଳେ କହିଥିଲେଯେ, ‘ଏହି ପ୍ରସାଦ ମନେପକାଇ ଦେଉଛିଯେ, କେହି ଜଣେ ଆମ କାମକୁ ଦେଖୁଛି, କେହିଜଣେ ଆମକୁ ଧନ୍ୟବାଦ ଦେଉଛି’ । ଅନେକଙ୍କ ପାଇଁ ଏହା କେବଳ ପୋଷଣ ନୁହେଁ, ଏହା ଏକ ମାନ୍ୟତା ।
ଗତ କିଛିଦିନ ଧରି ହଜାର ହଜାର ଆଗଧାଡ଼ିର କର୍ମଚାରୀ, କନଷ୍ଟେବଳରୁ କମାଣ୍ଡାଣ୍ଟ, କିରାଣୀଙ୍କ ଠାରୁ ଲୋକୋ-ପାଇଲଟ, ଏହା ଏକ ଆଶ୍ୱସ୍ତି ନୁହେଁ ବରଂ ଯାତ୍ରାର ଆଧ୍ୟାତ୍ମିକତାର ମହକ ସହ ନିଜକୁ ଅନ୍ତର୍ଭୁକ୍ତ କରିବାର ଅନୁଭବ ପାଇଛନ୍ତି । ଏହି ସେବା ଓ ସମର୍ପଣର କାର୍ଯ୍ୟର ମୂଳ ହେଉଛି, ଆଦାନୀ ଗ୍ରୁପ୍ର ଦୀର୍ଘଦିନର ବିଶ୍ୱାସ, ଯାତ୍ରା କେବଳ ଆଧ୍ୟାତ୍ମିକତାର ନିଦର୍ଶନ ନୁହେଁ- ଏହା ହେଉଛି ଲୋକମାନଙ୍କର ଏକ ସାମଗ୍ରୀୟ ପ୍ରୟାସ ।
ଆଦାନୀ ଫାଉଣ୍ଡେସନର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ‘ଏହି ସେବା ଏକ ସଚ୍ଚୋଟ୍ଟ ଆଧାରରେ ପର୍ଯ୍ୟବସିତ’ । ‘ସେହିମାନଙ୍କୁ ଭୋଜନ ଦିଆଯାଉଛି, ଯେଉଁମାନେ ରଥଯାତ୍ରାର ସୁରକ୍ଷା, ମାର୍ଗଦର୍ଶକ ଓ ସହାୟକ ହୋଇଛନ୍ତି । କେବଳ ଶ୍ରୀଜୀଉଙ୍କୁ ନୁହେଁ, ବରଂ ଆମ ସହ ଥିବା କର୍ମଯୋଗୀଙ୍କୁ ଏହା ଶ୍ରଦ୍ଧା ଅର୍ପଣର ଏକ ମାର୍ଗ ।’
ଓଡ଼ିଶାରେ ଭିତ୍ତିଭୂମି ଏବଂ ସିଏସଆର ପଦଚିହ୍ନ ପାଇଁ ପରିଚିତ ଆଦାନୀ ଗ୍ରୁପ୍, ପୌଷ୍ଟିକ ଆହାର, ପରିମଳ ଓ ପ୍ରସାଦର ଆଧ୍ୟାତ୍ମିକତାକୁ ବଜାୟ ରଖୁଥିବା ଇସ୍କନ ସହ ସହଭାଗୀତା କରିଛି । ସ୍ୱେଚ୍ଛାସେବୀମାନେ ବିଭିନ୍ନ ପର୍ଯ୍ୟାୟରେ କାମ କରୁଥିବାବେଳେ ପରମ୍ପରାକୁ ବଜାୟ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ହିଁ ସାମଗ୍ରୀ ଅଣାଯାଉଛି ।
ଏକ ଦୁନିଆରେ ଯେତେବେଳେ ୟୁନିଫର୍ମରେ ଥିବା ଲୋକଙ୍କୁ ଧ୍ୟାନ ନଦିଆଯାଏ, ସେତେବେଳେ ଏହି ସାଧାରଣ କିନ୍ତୁ ଗଭୀର ଭାବ, ସେବାକୁ ଉତ୍ସବରେ ରୂପାନ୍ତରିତ କରିଥାଏ । ଏକ ପ୍ରସାଦ ଆଶୀର୍ବାଦରେ ଓ ରୋଷଶାଳା ମନ୍ଦିରରେ ପରିଣତ ହୋଇଯାଏ ।