ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନର ପାଠଚକ୍ର
ବୁଗୁଡା : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ କଲେଜ ପରିସରସ୍ଥ ସାଧାରଣ ସଭାଗୃହରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରର ଆଲୋଚ୍ୟ ବିଷୟବସ୍ତୁ "ଫ୍ରମ୍ ରବର୍ ଷ୍ଟାମ୍ପ ଟୁ କ୍ରାଇସିସ୍ ମ୍ୟାନେଜର : ଦି ଟ୍ରାନ୍ସଫର୍ମରଟିଭ୍ ଡାଇମେନସନ୍ସ ଅଫ୍ ଦି ଇଣ୍ଡିଆନ ପ୍ରେସିଡେନ୍ସି’ ରହିଥିଲା । କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ସ୍ଥିତ ଏସ୍କେସିଜି ଅଟୋନୋମସ୍ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ.ବୈଦ୍ୟନାଥ ଦାଶ ଓ ସମ୍ମାନିତ ଅତିଥି ଭାବେ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ମୁଖ୍ୟବକ୍ତାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠଚକ୍ରର ବିଷୟବସ୍ତୁ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ମଞ୍ଚାସୀନ ରହିଥିବାବେଳେ ଏହାର ପ୍ରାରମ୍ଭରେ ବିଭାଗୀୟ ପାଠଚକ୍ରର ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ସାଙ୍ଗକୁ ପାଠଚକ୍ରର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଛାତ୍ରୀ ରୂପାଲି ପାତ୍ର ଓ ପୂଜା ସ୍ୱାଇଁ ଉଭୟେ ସେମିନାର ପେପର୍ ପ୍ରେଜେଣ୍ଟେସନ୍ କରିଥିଲେ । ପରିଶେଷରେ ସେମିନାର ସେକ୍ରେଟାରୀ ଗୀତାଞ୍ଜଳି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।