କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବିପତ୍ର

ବଲାଙ୍ଗିର : ଅଶି ଦଶକର ଅଗ୍ନିଗର୍ଭା ଛାତ୍ରନେତା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବଲାଙ୍ଗିର ଆଗମନ ଉପଲକ୍ଷେ ତକôାଳୀନ ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ନିର୍ବାଚିତ ଛାତ୍ର ପରିଷଦ କର୍ମକର୍ତ୍ତା ସମୁହ ଏବଂ ପୃଥ୍ୱୀରାଜ ହାଇସ୍କୁଲ ୭୭ ବ୍ୟାଚ ସହପାଠୀମାନଙ୍କ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ମାନ୍ୟବରମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିକାଶମୂଳକ ଦାବୀ ସହିତ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କୀୟ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରଣିଧାନ ଯୋଗ୍ୟ ଯେ ଅଶିଦଶକର ଛାତ୍ର ଆନେ୍ଦାଳନ ର ବଲାଙ୍ଗିର ପ୍ରତିନିଧି ସମୁହ ଆନେ୍ଦାଳନର ପୁରୋଧା ଭାବେ ଶ୍ରୀ ପୂଜାରୀଙ୍କ ସହିତ ଅତି ଘନିଷ୍ଠ ଭାବେ ଆନେ୍ଦାଳନରେ ଭାଗ ନେଇ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଏକ ଭାବନାତ୍ମକ ପରିବେଶରେ ମନ୍ତ୍ର ସମୟର ରୋମନ୍ଥନ କରି ସମସ୍ତ ପୁରାତନ ବନ୍ଧୁମାନଙ୍କୁ ସ୍ନେହପୂର୍ଣ୍ଣ ସମ୍ଭାଷଣ କରି ସମସ୍ତ ଦାବୀ ସମୁହକୁ ରାଜ୍ୟ ସରକାର ଅତି ଗୁରୁତ୍ୱର ସହିତ ବି·ରକୁ ନେଇ ତାର ଯାଥାଯଥ ରୂପାୟନ କରିବେ ବୋଲି ମନ୍ତବ୍ୟ ରଖିଥିଲେ ।