କେନାଲ ଲାଇନିଂ କାର୍ଯ୍ୟ ଭୁଶୁଡିବା ଘଟଣା: କାର୍ଯ୍ୟର ତଦନ୍ତ କଲେ ବିଧାୟକ

ନିଶ୍ଚିନ୍ତକୋଇଲି :  ନିଶ୍ଚିନ୍ତକୋଇଲି ବ୍ଲକ କରାଣ୍ଡିଆ ଶାଖା କେନାଲର ଦକ୍ଷିଣ ବାଲିଆପଦା ପାଖରେ ନିର୍ମାଣଧିନ କେନାଲର ଲାଇନିଂ କାର୍ଯ୍ୟ ଚାଲୁ ରହିଛି । ୬ କୋଟି ୩୦ ଲକ୍ଷ ୯୭ ହଜାର ଟଙ୍କା ବ୍ୟୟ ବରାଦରେ ଏହି କାର୍ଯ୍ୟ ଚାଲୁ ରହିଛି । ଉକ୍ତ କେନାଲର ନିର୍ମାଣଧିନ ଲାଇନିଂ କାର୍ଯ୍ୟର ଢଳେଇ ସାମାନ୍ୟ ବର୍ଷାରେ ଧୋଇ ହୋଇଯିବା ଏବଂ ଅନେକ ସ୍ଥାନରେ ଢଳେଇ ଫାଟିଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମାହାଙ୍ଗା ବିଧାୟକ ଶାରଦ ପ୍ରସାଦ ପ୍ରଧାନ ତୁରନ୍ତ କାର୍ଯ୍ୟସ୍ଥଳରେ ପହଞ୍ଚô କାର୍ଯ୍ୟର ତଦାରଖ କରିଛନ୍ତି । ଭୋଳେଶ୍ୱର ମନ୍ଦିରଠାରୁ ପ୍ରାୟ ୧କି.ମି କେନାଲ ବନ୍ଧ ରାସ୍ତାରେ ନିର୍ମାଣାଧିନ ବିଭିନ୍ନ ଅଂଶକୁ ତନଖିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଚାଷୀମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ଯେଉଁ ଯୋଜନା କରାଯାଉଛି ତାହାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ । ଯେଉଁଠି ଢଳେଇ ଭୁଷୁଡି ପଡିଛି ସେଠାରେ ପୁନଃ ଢଳେଇ ନିର୍ମାଣ କରିବାକୁ ବିଧାୟକ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଏହି ତଦାରଖ ସମୟରେ ଓସିସିର ସିନିୟର ମ୍ୟାନେଜର ରାକେଶ ମଲିକ, ସହକାରୀ ଯନ୍ତ୍ରୀ ପ୍ରତାପ ମହାନ୍ତି, କନିଷ୍ଠ ଯନ୍ତ୍ରୀ ସୁଦର୍ଶନ ସାମଲ, ନଗସପୁର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକ, କନିଷ୍ଠ ଯନ୍ତ୍ରୀ କୁମୁଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକଙ୍କ ସହିତ ପୂର୍ବତନ ସରପଞ୍ଚ  ରବିନ୍ଦ୍ରନାଥ ତ୍ରିପାଠୀ, ଆତ୍ମା ଅଧ୍ୟକ୍ଷ ଅଶୋକ କୁମାର ସାହୁ, ସୁରେନ୍ଦ୍ରନାଥ ରାଉତ, ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ  ଦେବେନ୍ଦ୍ର କୁମାର ସାହୁ, ମିହୀର ମିଶ୍ର, ସରପଞ୍ଚ ପ୍ରଦୀପ କୁମାର ପରିଡା, ସମିତିସଭ୍ୟ ଭବାନୀ ପ୍ରସାଦ ବେହେରା, ରମେଶ ଚନ୍ଦ୍ର ଦାସ, ଦେବଦତ୍ତ କର, ନାରାୟଣ ମଲିକ, ପବିତ୍ର ମାହୁନ୍ତ, ଅମରେଶ ଜେନା, କ୍ଷୀରୋଦ ପରିଡା, ମନମୋହନ ସେଠୀ, ଶିବପ୍ରସାଦ ମଲ୍ଲ ପ୍ରମୁଖଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ଯୋଗ ଦେଇଥିଲେ ।