ଘଣ୍ଟେଶ୍ୱର ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ 

 ଚାନ୍ଦବାଲି : ଦିନକୁ ଦିନ ଘଣ୍ଟେଶ୍ୱର ଅଂଚଳରେ ଆଇନ ଶୃଙ୍ଖଳା ଭୁଶୁଡିବାରେ ଲାଗିଛି । ସବୁଜାଣି ଘଣ୍ଟେଶ୍ୱର ପୋଲିସ କୋମାରେ । ନ୍ୟାୟ ନପାଇ ଥାନା ଏବଂ ଏସ୍ପି ଦ୍ୱାରସ୍ତ ହେଉଛନ୍ତି ଅଭିଯୋଗକାରୀ । ଘଣ୍ଟେଶ୍ୱର ଅଞ୍ଚଳ ଏକ ଜନ ବହୁଳ ଅଞ୍ଚଳ ହୋଇ ଥିବାରୁ ଏହି ବଜାର ଉପରେ ପ୍ରତେକ ଦିନ ୧୦ରୁ ଅଧିକ ପଂଚାୟତବାସୀ ନୀତିଦିନିଆ ଆବଶ୍ୟକିୟ ସାମଗ୍ରୀ ପାଇଁ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଘଣ୍ଟେଶ୍ୱର ଅଞ୍ଚଳରେ ଆଇନ ଶୃଙ୍ଖଳା କଥା ନ କହିବା ଭଲ । ପ୍ରତେକ ଦିନ ଜମି ଜମା ବିବାଦ ପାଖରୁ ଆରମ୍ଭ କରି ଚୋରି ଡକାୟତି ଏବଂ ଚୋରା କୋଇଲାରେ ଭୂସ୍ୱର୍ଗ କହିଲେ କିଛି ଭୁଲ ହେବନାହିଁ । ହେଲେ ଦୁଃଖ ଏବଂ ପରିତାପର ବିଷୟ ରାଧେ ରାଧେ ତମର ଅଧେକୁ ଆମର ଅଧେରେ ଘଣ୍ଟେଶ୍ୱର ପୋଲିସ ଥିବା ନେଇ ସାଧରଣରେ ଚର୍ଚ୍ଚା ଜୋର ଧରିଛି । ଏମିତିକି କୌଣସି ତଥ୍ୟ ଏବଂ ଭିଡିଓ ଉତୋଳନ କରିବାକୁ ଗଣମାଧ୍ୟ୍ୟମକୁ ନାଲିଆଖି ଦେଖାଇବାକୁ ପଛାଉ ନାହାନ୍ତି ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ । ଏମିତି କି ଗଣମାଧ୍ୟମକୁ ମିଛ କେଶ୍ରେ ଫସାଇବାକୁ ଯୋଜନା କରୁଥିବା ବାହାର ସୂତ୍ରରୁ ଖବର ମିଳୁଛି । ଘଣ୍ଟେଶ୍ୱର ଅଞ୍ଚଳ ଜୁଆ ଏବଂ ଧଳା ଜହର ର ପେଣ୍ଠସ୍ଥଳୀ ପାଲଟି ଥିବା ବେଳେ, ସବୁଜାଣି ଘଣ୍ଟେଶ୍ୱର ପୋଲିସ ଆସାମୀଙ୍କୁ କାବୁ କରିବାରେ ବିଫଳ । ଦିନକୁ ଦିନ ଘଣ୍ଟେଶ୍ୱର ଅଞ୍ଚଳରେ ଚୋରି ବୃଦ୍ଧି ପାଉଛ ହେଲେ ଚୋରଙ୍କୁ ଧରିବାରେ ଘଣ୍ଟେଶ୍ୱର ପୋଲିସ ବିଫଳ । ଗରିବ ଲୋକ ନିଜ ଘର ତିଆରି ପାଇଁ ଇଟା ଗଢୁଥିବା ବେଳେ, ସେମାନଙ୍କ ପାଖରୁ ଅର୍ଥ ଆଦାୟ କରୁଥିବା ନଜରକୁ ଆସୁଛି । ବିଗତ ଦିନରେ ପୋଲିସ ଗାଡିର କାଚ ଭାଙ୍ଗିବା ଏବଂ ରାତି ଅଧିଆ ଆସାମୀଙ୍କ ଘରେ ପଶିବା ପରିବର୍ତ୍ତେ ଅନ୍ୟ ଜଣଙ୍କ ଘର ପସି ପୋଲିସ ସାଧାରଣ ଲୋକଙ୍କ ଆକ୍ରମଣରେ ଶିକାର ହେବା ଭଳି ନଜରକୁ ଆସିଛି ।