ପାଦୁକା ଆଶ୍ରମରେ ଦୁର୍ଗାଙ୍କ ନବରାତ୍ରୀ ପୂଜା
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଏକରୁଖି-ମହାଜନପୁର ସୀମାରେ ଥିବା ସାହାରେଇ ପୀଠ ଶ୍ରୀ ଶ୍ରୀ ପାଦୁକା ଆଶ୍ରମରେ ମା’ ଦୁର୍ଗାଙ୍କର ନବରାତ୍ରି ପୂଜା ଆରମ୍ଭ ହୋଇଛି । ରବିବାର ବିଲ୍ୱବରଣ ପରେ କନକଦୁର୍ଗା ପୀଠର ନଳ ପୁଷ୍କରିଣୀରୁ ଜଳ ଉତ୍ତୋଳନ କରାଯାଇ କଳସ ଶୋଭାଯାତ୍ରାରେ ଆସି ମନ୍ଦିର ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହାପରେ ଶାରଦୀୟ ପାରମ୍ପରିକ ପୂଜାନୀତି ଓ ଚଣ୍ଡିପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜକ ରମାକାନ୍ତ ପତି, ବ୍ରଜକିଶୋର ଦାଶ ଓ ସହଯୋଗୀ ଶୁଭେନ୍ଦୁ ନନ୍ଦଙ୍କ ଦ୍ୱାରା ମା’ଙ୍କର ପ୍ରତ୍ୟେହ ଯଥାରୀତି ପୂଜାର୍ଚ୍ଚନା କରାଯାଉଛି । ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ସନ୍ଦିପ୍ କୁମାର ବଳ ଓ ତାଙ୍କ ଧର୍ମପତ୍ନୀ ପ୍ରିୟଙ୍କା ବଳ ଅଧିଷ୍ଠିତ ହୋଇ କାର୍ଯ୍ୟ ତୁଲାଉଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତ୍ୟେହ ଭଜନ ସନ୍ଧ୍ୟା କରାଯାଉଥିବାବେଳେ ବହୁ ଭକ୍ତ ମା’ଙ୍କ ଦର୍ଶନ କରି ଧୂପ, ଦୀପ ନୈବେଦ୍ୟ ଅର୍ପଣ ପୂର୍ବକ କୃପା ଭିକ୍ଷା କରୁଛନ୍ତି ।