କେନ୍ଦ୍ରକୁ ଯିବେ ନିକୁଞ୍ଜ

କେନ୍ଦ୍ରକୁ ଯିବେ ନିକୁଞ୍ଜ

ଭୁବନେଶ୍ୱର : କେନ୍ଦ୍ରକୁ ଯିବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିକୁଞ୍ଜ ବିହାରୀ ଧଳ  । କେନ୍ଦ୍ରୀୟ ଡେପୁଟେସନକୁ ଯିବା ପାଇଁ ତାଙ୍କର ଆବେଦନକୁ ମଞ୍ଜୁରୀ ମିଳିବା ପରେ ଆଜି ତାଙ୍କୁ ନୂଆ ଦାୟିତ୍ୱ ମିଳିଛି  । ୧୯୯୩ ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇଏଏସ ଶ୍ରୀ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି  । ଏବେ ୧୯୮୯ ବ୍ୟାଚ୍‌ ଆଇଏଏସ ଉମଙ୍ଗ ନରୁଲା ଏହି ଦାୟିତ୍ୱରେ ଥିବାବେଳେ ସେ ଜୁନ୍‌ ୩୦ରେ ଅବସର ନେବେ  । ଏହା ପରେ ଶ୍ରୀ ଧଳ ସେହି ଦାୟିତ୍ୱ ନେବେ  । ସେହିପରି ୧୯୯୪ ବ୍ୟାଚ୍‌ ଆଇଏଏସ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି  । ସମ୍ପ୍ରତି ସେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି  । ଅପରପକ୍ଷରେ ୧୯୯୪ ବ୍ୟାଚ୍‌ ଆଇଏଏସ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଓ ଆର୍ଥିକ ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  ।