କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଜୟପୁର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୭ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍ସାହ ପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ବିଶ୍ୱବିଦ୍ୟାଳୟର ପତାକା ଉତ୍ତୋଳନ କରି ଏହି ଉତ୍ସବର ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଫେସର ବସନ୍ନ କୁମାର ପଣ୍ଡା ପୂର୍ବତନ ନିଦେ୍ର୍ଦଶକ, ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ କେନ୍ଦ୍ର, ଭାରତ ସରକାର ପ୍ରତିଷ୍ଠା ଦିବସର ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୁରୁ ଘାସୀଦାସ ବିଶ୍ୱବିଦ୍ୟାଳୟ ବିଳାସପୁରର କୁଳପତି ପ୍ରଫେସର ଅଲୋକ କୁମାର ଚକ୍ରବାଲ, ନାଲକୋର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ନିରଞ୍ଜନ ସାମଲ, ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ ରାକେଶ କୁମାର ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ପ୍ରତିଷ୍ଠା ଦିବସ ବ୍ୟାଖ୍ୟାନ ଦେଇ ପ୍ରଫେସର ବସନ୍ତି କୁମାର ପଣ୍ଡା କହିଥିଲେ ଯେ, ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତେ ନୂତନ ଦୃଢ଼ ସଙ୍କଳ୍ପ ସହିତ ଆଗକୁ ବଢ଼ିବା ଦରକାର । କୋରାପୁଟର ପ୍ରାକୃତିକ ସୌନ୍ଦର୍ୟ ଆମକୁ ପ୍ରକୃତି ସହ ଏକତାରେ ବଞ୍ଚôବାକୁ ପ୍ରେରଣା ଦିଏ । ନୂଆଶିକ୍ଷା ନୀତି ଏନଇପି ୨୦୨୦ର ଫଳଦାୟକ କାର୍ଯ୍ୟାନ୍ୱୟନ ଦ୍ୱାରା ଏକ ଆଧୁନିକ ଓ ଦୃଢ଼ ବିଶ୍ୱବିଦ୍ୟାଳୟ ତିଆରି ହେବ । ନାଲକୋର ଏଜିକୁ୍ୟଟିଭ୍ ଡିରେକ୍ଟର ନିରଞ୍ଜନ ସାମଲ ବିଶ୍ୱବିଦ୍ୟାଳୟ ପରିବାରକୁ ଅଭିନନ୍ଦନ ଜଣାଇ ଭବିଷ୍ୟତରେ ଯେକୌଣସି ସାହାଯ୍ୟ ପାଇଁ ନାଲକୋ ପ୍ରସ୍ତୁତ ବୋଲି କହିଥିଲେ । ପ୍ରାରମ୍ଭରେ ଡ଼. ରାକେଶ କୁମାର ଲେଙ୍କା ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଶେଷରେ ପ୍ରଫେସର ଭରତ କୁମାର ପଣ୍ଡା ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ରଥୀକାନ୍ତି କୁମ୍ଭାର ଓ ଡ଼.ସଂଜୟ କୁମାର ପ୍ରଧାନ ପରିଚାନା କରିଥିବାବେଳେ ଡ଼. ଅଲୋକ ବରାଳ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ଜଣେଇଛନ୍ତି । ଅତିଥିମାନଙ୍କ ମଧ୍ୟରେ ବୃଦାନ କର୍ମୀ କୃଷ୍ଣ ସିଂହ, ନେଭାଲ ଆମୁ୍ୟନିସନ୍ ଡିପୋ (ନ୍ୟାଡ୍) ର ଜେନେରାଲ୍ ମ୍ୟାନେଜର ମନମୋହନ୍ ଗୋୟଲ, ସିଆରପିଏଫ କମାଣ୍ଡାଣ୍ଡ ଅନିଲ କୁମାର, କୋଟସର ନିଦେ୍ର୍ଦଶକ ପ୍ରଫେସର ପିସି ମହାପାତ୍ର, ପ୍ରଫେସର ଜଗବନ୍ଧୁ ସାମଲ, ଡିଏଭି ସରକାରୀ କଲେଜ କୋରାପୁଟର ପ୍ରିନ୍ସପାଲ ଡ଼. ଦୀପକ କୁମାର ପଟ୍ଟନାୟକ, ସେମିଲିଗୁଡ଼ା କଲେଜର ପ୍ରିନ୍ସପାଲ ଡ଼. ଝାନ୍ସୀ ସିଂହ, ସୁନାବେତା ମହିଳା କଲେଜର ପ୍ରିନ୍ସପାଲ ଡ଼. ଉଷାରାଣୀ ଦାଶ ଓ ବିଶ୍ୱବିଦ୍ୟାଳୟର ଅନେକ ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଗବେଷକମାନେ ଉପସ୍ଥିତ ଥିଲେ । ସନ୍ଧ୍ୟା ସମୟରେ ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।