ଥାନାରେ ମେଳଣ ପ୍ରସ୍ତୁତି ବୈଠକ

 ବ୍ରହ୍ମବରଦା : ଆସନ୍ତା ଶନିବାର ହୋଲି ପର୍ବ ପରେ ପରେ ବ୍ରହ୍ମବରଦା ତଥା ଏହି ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ପବିତ୍ର ଦୋଳ ମେଳଣ ଅନୁଷ୍ଠିତ ହେବ । ଏନେଇ ବୁଧବାର ସନ୍ଧ୍ୟାରେ ଏସ୍ଆଇ ସୁଶାନ୍ତ ସେଠୀଙ୍କ ତତ୍ତ୍ୱାବଧାନରେ ଶାନ୍ତି କମିଟି ବୈଠକ ବ୍ରହ୍ମବରଦା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମେଳଣ କିପରି ଶାନ୍ତିଶୃଙ୍ଖଳା ଓ ସମ୍ପୂର୍ଣ୍ଣ ଭାଇଚାରା ସହକାରେ ଅନୁଷ୍ଠିତ ହେବ ସେ ନେଇ ଉପସ୍ଥିତ ଥିବା ବିଭିନ୍ନ ପଞ୍ଚାୟତ ସରପଂଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ମେଳଣ କମିଟିର ସଦସ୍ୟ ଓ ସାମାଜିକ କର୍ମୀ ମାନଙ୍କ ସହ ଶ୍ରୀ ସେଠୀ ଆଲୋଚନା କରିଥିଲେ । ଏଥିସହିତ ରାତ୍ରି କାଳୀନ କଡାକଡି ପାଟ୍ରୋଲିଂ ସାଙ୍ଗକୁ ମେଳଣରେ ଜନଗହଳିକୁ ଉପଲବ୍ଧି କରି ବ୍ରହ୍ମବରଦା ପୁଲିସ ପକ୍ଷରୁ ୨ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ବ୍ରହ୍ମବରଦା ଥାନା ପକ୍ଷରୁ ସୂଚନା ମିଳିଛି ।