ଜିଲ୍ଲା ପ୍ରଶାସନର ବେପରୁଆ ଚିଠିକୁ ନେଇ ଚର୍ଚ୍ଚା!
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକରେ ୨୦୨୫-୨୬ ବର୍ଷର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଚଳିତ ମାସ ୧୬ତାରିଖଠାରୁ କେନ୍ଦ୍ରାପଡା ଜିଲ୍ଲାରେ ଆରମ୍ଭ ହୋଇଛି । ମହାକାଳପଡା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ପର୍ଯ୍ୟାୟକ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଚିଠି ନଂ- ୨୨୦୨, ୯.୯.୨୦୨୫ ତାରିଖରେ ୯ଟି ବ୍ଲକରେ ଅନୁଷ୍ଠିତ ହେବାକୁ ବ୍ଲକର ସମସ୍ତ ଗøାଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ସବୁଠାରୁ ବଡକଥା ହେଉଛି, ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦରେ ସେପ୍ଟେମ୍ବର ୧୬ତାରିଖରୁ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ଅକ୍ଟୋବର ମାସ ୨୮ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ଚିଠି କରାଯାଇଥିଲା । ସେଥିରେ ଆଶ୍ଚର୍ଯ୍ୟର କଥା ହେଉଛି, ରାଜନଗର ବ୍ଲକର ଶ୍ରୀ ଜଗନ୍ନାଥ କଲେଜରେ କରାଯିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ଅନ୍ୟ ସବୁ ବ୍ଲକରେ ୨୦୨୫ ମସିହା ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କରାଯିବାକୁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ, ରାଜନଗର ବ୍ଲକରେ ୨୦୨୪ ମସିହା ସେପ୍ଟେମ୍ବର ୨୩ତାରିଖ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଯାହା ଜିଲ୍ଲା ପ୍ରଶାସନର ବେପରୁଆ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏ ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସଂଗ୍ରାମ ବେହେରାଙ୍କୁ ପଚାରିବାରୁ ଭୁଲକ୍ରମେ ଚିଠିଟି ପ୍ରକାଶ ପାଇଛି । ଏହି ତାରିଖକୁ ବାତିଲ କରାଯାଇ ନଭେମ୍ବର ୪ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ପୁନର୍ବାର ଚିଠି କରାଯାଇଛି ବୋଲି କହିଛନ୍ତି ।