କେରୁଆଁପାଳ ପଞ୍ଚାୟତରେ କ୍ୟାମ୍ପକୋର୍ଟ
ରାଜନଗର: ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତ କାର୍ଯ୍ୟାଳୟରେ କ୍ୟାମ୍ପକୋର୍ଟ ଅନୁଷ୍ଠିତ ହୋଇଯାଇଛି । ରାଜନଗର ଜେଏମ୍ଏଫ୍ସି ଶିବାନୀ ମିଶ୍ରଙ୍କ ପୈ÷ାରହିତ୍ୟରେ ଅନୁଷ୍ଠିତ କ୍ୟାମ୍ପକୋର୍ଟରେ ୧୦ଟି ରେକର୍ଡ ଉପରେ ୨୦ଟି ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଦୁଇଟି କେଶର ସମାଧାନ କରାଯାଇଥିଲା । କୋର୍ଟ କର୍ମଚାରୀଙ୍କ ସହ ଆଇନଜୀବୀ ପ୍ରଭାତ ଜେନା, ନଳିନୀ ମଙ୍ଗରାଜ ଓ ଅମର ଦାସ, ମନୋରଞ୍ଜନ କବି, ଲକ୍ଷ୍ମଣ ରାଉତ, ସୁଜାତା ପ୍ରିୟଦର୍ଶନୀ ଜେନା ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ ।