କେଡ଼େ ଅସହାୟ ମଣିଷ ସତେ?
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନର ଅନେକ ପରିସ୍ଥିତିରେ ମଣିଷ କେମିତି ଅସହାୟ ସେବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପୃଥିବୀର ପ୍ରତ୍ୟେକ ଘଟଣାକୁ ମଣିଷ ନିୟନ୍ତ୍ରଣ କରିବ ବୋଲି ଚେଷ୍ଟା କରେ । ମୁଁ ନ ହେଲେ ସିଏ, ସିଏ ନହେଲେ ଆଉ କିଏ ।
ଦେଖିବାକୁ ଗଲେ ପ୍ରକୃତିର ମୌଳିକ ଉପାଦାନ ଭୂମି, ଜଳ, ବାୟୁ, ସୂର୍ଯ୍ୟାଲୋକ ଉପରେ ମନୁଷ୍ୟ କିଛି କିଛି ନିୟନ୍ତ୍ରଣ ହାସଲ କରି ସାରିଲାଣି । ପ୍ରକୃତିର ଏହି ଉପାଦାନଗୁଡ଼ିକୁ ମଣିଷ ନିଜ ଇଚ୍ଛାନୁସାରେ ପରିଚାଳନା କରୁଛି । ନିଜର କର୍ତ୍ତୃତ୍ୱ ଜାହିର୍ କରୁଛି । ତଥାପି ପ୍ରକୃତି ବିରୁଦ୍ଧରେ ଲଢ଼େଇରେ ବିଜୟ ହାସଲ ପାଇଁ ଯୁଦ୍ଧ ସରିଆସୁଛି ବୋଲି ମଣିଷ ଭାବି ପାରୁନାହିଁ । ଏ ରହସ୍ୟମୟ ପ୍ରକୃତି ଭିତରେ ଏମିତି ଅନେକ କିଛି ରହିଯାଇଛି ଯାହାକୁ ମନୁଷ୍ୟ ଭେଦ କରିପାରିନାହିଁ କିମ୍ବା ନିଜ ନିୟନ୍ତ୍ରଣକୁ କଦାପି ଆଣିପାରିବ ନାହିଁ । ମଣିଷ ଆଜି ସମୁଦ୍ରର ଜୁଆରରୁ ବିଜୁଳି ଶକ୍ତି ଉତ୍ପାଦନ କରିିପାରୁଛି । କିନ୍ତୁ ସମୁଦ୍ର ଜୁଆରକୁ ଅଟକାଇବା କିମ୍ବା ପ୍ରଖର କରିବା କ୍ଷେତ୍ରରେ ମଣିଷ ତ ଅସହାୟ । ସୂର୍ଯ୍ୟ ଉଦୟ ହେଲେ ସୂର୍ଯ୍ୟକୀରଣରୁ ବିଜୁଳି ଶକ୍ତି ଉତ୍ପାଦନ ହୋଇପାରୁଛି । କିନ୍ତୁ ନିଜ ଇଚ୍ଛା ମୂତାବକ ସୂର୍ଯ, ଚନ୍ଦ୍ରର ଗତିକୁ ଅଟକାଇ ପାରୁନାହିଁ କିମ୍ବା ପରିଚାଳିତ କରିପାରୁନାହିଁ । ତେଣୁ ପ୍ରକୃତି ବିରୁଦ୍ଧରେ ଲଢ଼େଇରେ ମଣିଷ କେବେ କେବେ ବିଜୟୀ ହେଉଥିଲେ ମଧ୍ୟ ନିଜେ ଯେତେବେଳେ ସୂଅ ମୁହଁରେ ପଡିଯାଉଛି ସେତେବେଳେ ଯାଇ ଅନୁଭବ କରୁଛି ଯେ ପ୍ରକୃତି କାହା ନିୟନ୍ତ୍ରଣରେ ନାହିଁ । ଏକ ସ୍ୱାଭାବିକ ପ୍ରକି୍ରୟାରେ ଏହା ପରିଚାଳିତ ହେଉଛି । ଏହି ସ୍ୱାଭାବିକ ପ୍ରକି୍ରୟାକୁ ହୁଏତ କେହି ଈଶ୍ୱର ବୋଲି କହିପାରେ ତ ଆଉ କେହି ପାଣି, ପବନ, ଝଡ, ବତାଶ,ଚନ୍ଦ୍ର, ସୂର୍ଯ୍ୟ ଆଦି କହିପାରେ । ଏସବୁର ପ୍ରଭାବ ଉପରେ ହୁଏତ ଆଂଶିକ ଭାବରେ ମନୁଷ୍ୟ ନିଜର ନିୟନ୍ତ୍ରଣ ରଖିପାରେ । ହେଲେ ସମ୍ପୂର୍ଣ୍ଣ ଭାବରେ ନିିୟନ୍ତ୍ରଣ ରଖିବା ଅସମ୍ଭବ । ଅଧିକ ଆୟତ୍ତ କରିବାର ପରିଣାମ ଅତି ଭୟଙ୍କର । ତେଣୁ ମଣିଷ ଟିକେ ବୋଧ କରୁ, ହେଜୁ, ଚେତୁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।